ରାଜଧାନୀରେ ହକି କ୍ରେଜ୍, ଟିକେଟ୍ ଥିଲେ ମୋ ବସ୍‌ରେ ମାଗଣା ଯାତ୍ରା

Published By : Prameya-News7 Bureau | January 13, 2023 IST

ଭୁବନେଶ୍ୱର ୧୩/୦୧: ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା ଯାତ୍ରା କରିପାରିବେ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପର୍ଯ୍ୟଟନର ବିକାଶ ପାଇଁ ଏକାମ୍ରରେ ହେରିଟେଜ୍‌ ଅନ୍‌ ଇ-ରାଇଡ୍‌ ବ୍ୟବସ୍ଥା କରାଯାଇଛି ।

wp:html /wp:html

କ୍ରୁଟରେ ୧୫ଟି ଇ ବସ୍‌ ଚାଲୁଥିବା ବେଳେ ଅତିରିକ୍ତ ୧୦ଟି ବସ୍‌ ଆଣିବାକୁ ଯୋଜନା ହୋଇଛି । ରାଉରକେଲା ଓ ଭୁବନେଶ୍ୱରରେ ଷ୍ଟାଡିୟମକୁ ଆସୁଥିବା ଦର୍ଶକ ହକି ଟିକେଟ ଦେଖାଇଲେ ସେମାନଙ୍କୁ ଯାତ୍ରା ଭଡ଼ା ଦେବାକୁ ପଡିବନି । ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଏହି ସେବା ପାଇବେ ଦର୍ଶକ । ସେହିପରି ବିଭିନ୍ନ ରୁଟରେ ଏକାଧିକ ବସ୍‌ ଚଳାଇବାକୁ ଯୋଜନା ହୋଇଛି ।

ହକି ବିଶ୍ୱକପ୍‌ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ହେରିଟେଜ ଅନ୍‌ ଇ ରାଇଡର ସୁବିଧା ଯୋଗାଇ ଦିଆଯିବ । ରାଜଧାନୀକୁ ଦେଶବିଦେଶରୁ ଦର୍ଶକ ଆସିଛନ୍ତି । ତେଣୁ ଶ୍ରୀଲିଙ୍ଗରାଜ ସମେତ ଅନ୍ୟ ଦର୍ଶନୀୟ ସ୍ଥାନକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି ସୁବିଧା ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.