କାର୍‌କୁ ପଛରୁ ପିଟିଲା ‘ମୋ ବସ୍‌’, ଘଣ୍ଟାଏ ବନ୍ଦ ରହିଲା ଜାତୀୟ ରାଜପଥ

Published By : Prameya-News7 Bureau | December 27, 2022 IST

ଭୁବନେଶ୍ୱର ୨୭।୧୨ : ପୁଣି ମୋ ବସ ଘଟେଇଲା ଦୁର୍ଘଟଣା । ଏଥର ଜୟଦେବବିହାର କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର୍ ୧୨ ସାମ୍ନା ଦେଇ ଯାଇଥିବା ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଘଣ୍ଟା କାଳ ବନ୍ଦ ରହିଲା ଜାତୀୟ ରାଜପଥ

ଖବର ଅନୁଯାୟୀ, କଟକରୁ ବରମୁଣ୍ଡା ଆସୁଥିବା ବେଳେ ଏକ ଅଡି କାରକୁ ପଛରୁ ପିଟିଲା ୧୮ ନମ୍ବର୍ ରୁଟ ର ମୋ ବସ । ଦୁର୍ଘଟଣା ରେ ଅଡି କାର ପଛ ପଟ କ୍ଷତିଗ୍ରସ୍ତ ହୋଇଛି । ମୋ ବସରେ ପାସେଞ୍ଜର ଭର୍ତି ଥିଲେ । ତେବେ କାରରେ ଥିବା ଯାତ୍ରୀ କିମ୍ୱା ବସ ଯାତ୍ରୀଙ୍କ କାହାରି କିଛି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ ଘଣ୍ଟାଏ ଜାମ୍‌ ରହିଥିଲା । ଟ୍ରାଫିକ ଜାମ ଯୋଗୁଁ ଲୋକେ ହଇରାଣ ହୋଇଥିଲେ । ଉଭୟ ପକ୍ଷରୁ ଭୁଲ ଥିଲା ବୋଲି ମୋ ବସ ଚାଳକ କହିଛନ୍ତି ।

ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀ ଓ ଅଡି କାର ମାଲିକାଣୀ ମୋ ବସ ଡ୍ରାଇଭରଙ୍କୁ ସମ୍ପୁର୍ଣ୍ଣ ଦୋଷ ଦେଇଛନ୍ତି । ସାଧାରଣ ଲୋକଙ୍କ କହିବା କଥା ମୋ ବସ ଖାମଖିଆଲି ଭାବେ ଗାଡ଼ି ଚଳାଉଛନ୍ତି । ଯେଉଁଥି ପାଇଁ ଦୁର୍ଘଟଣା ଘଟୁଛି । କିଛି ଦିନ ପୂର୍ବରୁ ଜାଗମରାରେ ଜଣେ ଶିଶୁ ମନ୍ଦିର ଛାତ୍ରୀଙ୍କୁ ଧକ୍କା ଦେବା ଫଳରେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.