ପୁଣି ‘ମୋ ବସ୍’ରୁ ଚୋରି; ଏକାଥରେ ୬ଟି ସ୍ମାର୍ଟ ଫୋନ୍ ଲୁଟିଲେ ଦୁର୍ବୃତ୍ତ
1/01/2023 at 7:02 PM

କଟକ ୦୧/୦୧: ନୂଆ ବର୍ଷରେ ମୋ ବସରେ ମୋବାଇଲ ଚୋରଙ୍କ ଉତ୍ପାତ। ଏକାଥରେ ଛଅ ଜଣଙ୍କ ମୋବାଇଲ ଚୋରିକଲେ ଦୁର୍ବୃତ୍ତ। ଅଭିଯୋଗ ଅନୁସାରେ ରବିବାର ଅପରାହ୍ଣରେ ଭୁବନେଶ୍ବରରୁ ନନ୍ଦନକାନନ ଦେଇ ଜଗତପୁର ଆସୁଥିବା ଏକ ମୋ ବସରେ ଏଭଳି ଘଟଣା ଘଟିଛି।
ବସ୍ଟି ନନ୍ଦନକାନନ ଛାଡିବା ପରେ ହଠାତ ଜଣେ ଯୁବକ ନିଜ ମୋବାଇଲ ଚୋରି ହୋଇଥିବା କଥା କହିଥିଲେ। ଯୁବକଙ୍କ କଥା ଶୁଣି ଅନ୍ୟମାନେ ନିଜ ପକେଟ ଓ ପର୍ସରେ ମୋବାଇଲ ଖୋଜିବାରୁ ୬ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଜଣାପଡିଛି। ଯାତ୍ରୀମାନେ କଟକ ବେଲଭ୍ୟୁ ଛକରେ ମୋ ବସକୁ ଅଟକାଇ ଲାଲବାଗ ଥାନାରେ ଏତଲା ଦେଇଛନ୍ତି।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023