ଚଳନ୍ତା ମୋ ବସ୍‌ରେ ଅଗ୍ନିକାଣ୍ଡ, କାଚ ଭାଙ୍ଗି ଡେଇଁଲେ ଯାତ୍ରୀ

Published By : Prameya-News7 Bureau | February 26, 2024 IST

ବାରଙ୍ଗ ୨୬।୨: ମୋ ବସ୍‌ରେ ଅଗ୍ନିକାଣ୍ଡ । ଚଳନ୍ତା ମୋ ବସ୍‌ରେ ଫସି ରହିଲେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ । ବସ୍ କାଚ ଭାଙ୍ଗି ଡେଇଁଲେ ଯାତ୍ରୀ । ଫଳରେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଷ୍ଟୁଡିଓ ଛକରୁ ରେଣ୍ଟାଲ କଲୋନୀ ଅଭିମୁଖେ ଯାଉଥିବା ‘ମୋ ବସ୍’ରେ ହଠାତ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଫଳରେ ଲୋକେ ଆତଙ୍କିତ ହୋଇ ବସ୍ କାଚ ଭାଙ୍ଗି ଡେଇଁ ପଡ଼ିଥିଲେ । ଖବର ପାଇ ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚିଥିଲେ । ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.