କାର୍କୁ ଧକ୍କା ଦେଲା ୨୫ନମ୍ୱର ମୋ ବସ୍; ଘଟଣାସ୍ଥଳରେ ଚାପା ଉତ୍ତେଜନା
18/01/2023 at 7:59 PM

ଭୁବନେଶ୍ୱର ୧୮/୦୧: ପୁଣି ଦୁର୍ଘଟଣାର ଶୀକାର ହେଲା ମୋ ବସ୍। ଗୋଟିଏ କାର୍କୁ ୨୫ ନମ୍ବର ମୋ ବସଟି ପଛ ପଟୁ ଧକ୍କା ଦେଇଛି। ମଞ୍ଚେଶ୍ୱରରୁ ଡୁମୁଡୁମା ଯାଉଥିବା ବସଟି ବୁଧବାର ସନ୍ଧ୍ୟା ୫:୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ରେ ଥିବା ଦୁଇ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପଟେ କାର୍ର ପଛପଟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ହୋଇଥିଲା। ଖବର ପାଇବା ପରେ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ ମୋ ବସକୁ ଜବତ କରିଛି।
Related Posts
ସ୍କୁଟିରୁ ହରିଣ ମାଂସ ଜବତ, ଜଣେ ଗିରଫ
5 February 2023
କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5 February 2023
ରାଉରକେଲା ଡବଲ ମର୍ଡର ଘଟଣା, ତିନି ଜଣଙ୍କୁ ଅଟକ ରଖିଛି ପୋଲିସ
5 February 2023