Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶୂନ୍ୟକାଳରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ବିଲ୍ ଆଗତ କରିବାକୁ ବାଚସ୍ପତିଙ୍କ ରୁଲିଂ

15/03/2023 at 1:33 PM

ଭୁବନେଶ୍ବର ୧୫।୩: ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l ନରସିଂହ କହିଲେ, ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l ସେମାନେ ବହୁତ ଅସୁବିଧାରେ ଅଛନ୍ତି l ଚଳିବା କଷ୍ଟ ହୋଇଯାଉଛି l ଏ ସଂକ୍ରାନ୍ତୀୟ ବିଲ୍ ଆଣି ଆଲୋଚନା କରାଯାଉ ।

ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ କରିଛନ୍ତି । ତାରା କହିଛନ୍ତି, ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରାଯାଇଛି l ଦରମା ବୃଦ୍ଧି ବିଲ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଗତ କର ।

ନରସିଂହ ମିଶ୍ରଙ୍କୁ ସମର୍ଥନ କଲେ ବିଧାୟକ ଅମର ଶତପଥୀ l ଅମର କହିଛନ୍ତି, ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି l ମୁଁ ରିପୋର୍ଟ ଦେଇସାରିଛି l ଦିଲ୍ଲୀର ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋଇଛି  l

ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ୍ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି । ମୁଁ ସେ ରିପୋର୍ଟ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି, ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ, ଗୃହକୁ ବିଲ୍ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ ।

   Related Posts