'୫୦ରୁ ଅଧିକ ବିଧାୟକ ଆମ ସହ ଅଛନ୍ତି, ଉଦ୍ଧବ ଡରାଇ ପାରିବେନି'- ସିନ୍ଦେ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬: ମହାରାଷ୍ଟ୍ରରେ ସରଗରମ ରାଜନୀତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୨ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରି ଉଟାଇଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ରୋହୀ ବିଧାୟକ ଦଳ ନେତା ଏକନାଥ ସିନ୍ଦେ । ଉଦ୍ଧବ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ । କାରଣ ସେ ନିଜେ ଅଳ୍ପମତରେ ଅଛନ୍ତି । ଶିବସେନାର ନୋଟିସକୁ ସେ ଖାତିର କରନ୍ତି ନାହିଁ ବୋଲି ସେ କହିଛନ୍ତି ।

ଏକନାଥ କହିଛନ୍ତି ଯେ, ଉଦ୍ଧବ କେବଳ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ଉଦ୍ଦବ ନିୟମ କଥା କହୁଛନ୍ତି । କିନ୍ତୁ ବିଦ୍ରୋହୀ ଦଳରେ ଶିବସେନାର ୩୭ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ମୋଟାମୋଟି ୫୦ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି । ସେମାନଙ୍କୁ କେହି ଡରାଇପାରିବେ ନାହିଁ । ଆଇନ ତାଙ୍କ ସହ ରହିଛି । ଗଣତନ୍ତ୍ରରେ ସଂଖ୍ୟାବଳ ହିଁ ସବୁଠୁ ଜରୁରୀ ବୋଲି ସେ କହିଛନ୍ତି ।  

ସୂଚନାଯୋଗ୍ୟ, ଗୁରୁବାର ଉଦ୍ଧବ ଠାକରେ ଉପ ବାଚସ୍ପତିଙ୍କୁ ଚିଠି ଲେଖି କହିଥିଲେ ଯେ, ଏଖନାଥ ସିନ୍ଦେଙ୍କ ସହ ୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ । ଅନ୍ୟ ଦିଗରେ ସିନ୍ଦେ ମଧ୍ୟ ପତ୍ର ଲେଖି ନିଜକୁ ବିଧାୟକ ଦଳ ନେତା କହିଥିଲେ । ଏହାସହ ରାଜ୍ୟପାଳଙ୍କୁ ଶୀଘ୍ର ଭେଟିବେ ଓ ଶିବସେନା ନିର୍ବାଚନ ଚିହ୍ନ ବାବଦରେ ପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.