ଭୁବନେଶ୍ବର୧୭|୭: ଲଗାତର ତୃତୀୟ ଦିନରେ ବି ବିଧାନସଭାରେ ମନ୍ତ୍ରୀ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନକାଳରେ କୃଷି, ସମବାୟ, ଗଣଶିକ୍ଷା ମନ୍ତ୍ରୀଙ୍କ ପାଇଁ ଅର୍ଥ ମନ୍ତ୍ରୀ ଏବଂ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉତ୍ତର ରଖୁଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଆଉ ନିଜ ନିଜ ଷ୍ଟାଇଲ୍ରେ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । କିଏ କ’ଣ କହିଛନ୍ତି ଚାଲନ୍ତୁ ଦେଖିବା । ….
{"id":134714}ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନାହାନ୍ତି ମନ୍ତ୍ରୀ । ମାତ୍ର ୨ଜଣ ମନ୍ତ୍ରୀଙ୍କୁ ନେଇ ଚାଲିଛି ବିଧାନସଭା । ଲଗାତର ତୃତୀୟ ଦିନରେ ବି ବିଧାନସଭାରେ ମନ୍ତ୍ରୀ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ବିଧାନସଭାରେ ଶାସକ ଦଳର ୧୧୨ ବିଧାୟକଙ୍କ ଭିତରୁ ଉପସ୍ଥିତ ଥିଲେ ମାତ୍ର ୬୧ । ସେହିଭଳି ୨୧ ମନ୍ତ୍ରୀଙ୍କ ଭିତରୁ ୮ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଏମିତିରେ ୧୫ପ୍ରତିଶତ ମନ୍ତ୍ରୀ ଉପସ୍ଥିତ ରହିବା ନିୟମ କଥା ଉଠାଇ ପ୍ରଶ୍ନ କରିଥିଲା କଂଗ୍ରେସ । ସେହଭଳି ବର୍ତମାନ ରାଜ୍ୟରେ ବ୍ଲକ ଠାରୁ ଆରମ୍ଭ କରି ବିଧାନସଭା ଯାଏଁ ସବୁ କିଛି ଇନ୍ଚାର୍ଜରେ ଚାଲିଛି କରି ସରକାରଙ୍କୁ ଟାର୍ଗେଟ୍ କରିଥିଲା ବିଜେପି ।
{"id":134715}ପ୍ରଶ୍ନକାଳରେ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ବିଭିନ୍ନ ବିଭାଗ ପାଇଁ ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଆଉ ବିରୋଧୀଙ୍କୁ ପଢ଼ାଇଥିଲେ ଆଇନର ପାଠ । କହିଥିଲେ କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଯୁଗ୍ମ ଦାୟିତ୍ବ ନେଇପାରିବେ।
{"id":134716}ଗୋଟେ ପଟେ ନିର୍ବାଚନ ପ୍ରଚାରକୁ ନେଇ ପାଟକୁରା କମ୍ପୁଥିବା ବେଳେ ଏପଟେ ମନ୍ତ୍ରୀ ମରୁଡ଼ିକୁ ନେଇ ବିଧାନସଭା କମ୍ପାଉଥିଲେ ବିରୋଧୀ । ଏମିତିରେ ଗଲା ତିନି ଦିନ ହେଲାଣି ମନ୍ତ୍ରୀ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବେଶ୍ ସରଗରମ୍ ହୋଇଛି ପ୍ରଶ୍ନକାଳ ।
{"id":134717}