ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିବାଦ : ଉମାକାନ୍ତ ସାମନ୍ତରାୟ କହିଲେ- ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି

Published By : Prameya-News7 Bureau | February 28, 2024 IST

ଭୁବନେଶ୍ବର ୨୮।୨: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଲା ବିବାଦ । ସଞ୍ଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଉମାକାନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଉମାକାନ୍ତ ସାମନ୍ତରାୟ କହିଲେ ସତ୍ୟବାଦୀ ଲୋକେ ଜାଣନ୍ତି । ସତ୍ୟବାଦୀ ମୋ ଜନ୍ମ ସ୍ଥାନ । ସତ୍ୟବାଦୀରେ ମୁଁ ପାରୁ ପର୍ଯ୍ୟନ୍ତ ସଂଗଠନ କରିଛି । ୱାର୍ଡ ସ୍ତରରୁ ମୁଁ ସଂଗଠନକୁ ସୁଦୃଢ କରିଛି । ମୁଁ ସେଠି ତିନି ତିନି ଥର ଜିଲ୍ଲା ପରିଷଦ ସ୍ୱାଧୀନରେ ଜିତିଛି । ବିଧାୟକ ବି ସ୍ୱାଧୀନ ଭାବେ ଜିତିଛି । ବିଜୁ ଜନତା ଦଳ ଯେତେବେଳେ ସତ୍ୟବାଦୀରେ କେବେ ବି ଖାତା ଖୋଲିନଥିଲା ମୁଁ ୨୦୧୯ରେ ଖାତା ଖୋଲିଥିଲି । ସତ୍ୟବାଦୀ ବ୍ଲକରେ କେବେ ବି କେହି ଚେୟାରମ୍ୟାନ କରିପାରି ନଥିଲେ । ମୁଁ ସେଠି ଦୁଇ ଦୁଇ ଥର ଚେୟାରମ୍ୟାନ ବି କରିଛି । ତେଣୁ ଉମାକାନ୍ତ ସାମନ୍ତରାୟ କହିଲେ ସତ୍ୟବାଦୀ ।

ଦଳରେ କାହାର ଜଣଙ୍କର ଟିକେଟ୍ ଘୋଷଣା ହୋଇଛି କି ? ମୁଖ୍ୟମନ୍ତ୍ରୀ କାହାକୁ କହିଛନ୍ତି କି ? 5-T ଅଧ୍ୟକ୍ଷ କହିଛନ୍ତି ନା ସାଙ୍ଗଠନିକ ସମ୍ପାଦକ କହିଛନ୍ତି କି ? କିଏ କାହା ମନକୁ କେଉଁ କଥା କହିଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ । ଆପଣମାନେ ଦେଖିବେ ଲୋକେ କାହାକୁ ସତ୍ୟବାଦୀରେ ଚାହୁଁଛନ୍ତି ଆଗକୁ କ’ଣ ହେଉଛି । ଦଳ ପକ୍ଷରୁ କାହାକୁ କିଛି ବି ନିର୍ଦ୍ଦେଶ ଦିଆଯାଇନାହିଁ । ଯିଏ ଯାହା କହୁଛି ତା ମନରୁ କହୁଛି । ମୁଁ ଗୋଟେ କଥା ଜାଣିଛି ବିଜେଡି ଏକ ଶୃଙ୍ଖଳିତ ଦଳ । ଦଳ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତିକୁ ସତ୍ୟବାଦୀବାସୀ ମାନିବେ ବୋଲି ସେ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/fraud-allegation-against-supply-assistant-in-balangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fraud-allegation-against-supply-assistant-in-balangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.