କିଏ ହେବେ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ନିର୍ବାଚିତ ବିଧାୟକ

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦/୦୬: କିଏ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ? ଏବେ ତାରି ଉପରେ ସମସ୍ତଙ୍କ ନଜର । ଏହାରି ଭିତରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଦାୟିତ୍ୱ ନେଇସାରିଛନ୍ତି । 

ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନୂଆ ପର୍ଯ୍ୟବେକ୍ଷକ ଦଳ ମଧ୍ୟ ନିଯୁକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ । 


ସେପଟେ ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ । କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି । ଦୁଇ କେନ୍ଦ୍ର ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ଵ ରହିଛି । ମଙ୍ଗଲବାର ବିଧାୟକ ଦଳ ବୈଠକ ବସିବ । ବୈଠକରେ ନିଷ୍ପତିକୁ ଅପେକ୍ଷା କରିବାକୁ କହିଲେ ସୁରେଶ ପୂଜାରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.