ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ବିଧାୟକ ସୁକାନ୍ତ

Published By : Prameya-News7 Bureau | April 16, 2024 IST

ବାଲେଶ୍ଵର: ନୀଳଗିରି ବ୍ଲକ କାଂଶ ପଞ୍ଚାୟତରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ। ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଶାଶୂଘର ଗାଁ ମାଟି କାଂଶରୁ ପ୍ରଚାର ଆରମ୍ଭ ମଧ୍ୟ ହୋଇଛି।

ଉକ୍ତ ଗାଁର ସଂଗ୍ରାମ ମାଟି ତତସହିତ ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ବୋହୂ ଲେଖାଶ୍ରୀ ହୋଇଥିବା ବେଳେ ଦଳମତ ନିର୍ବିଶେଷରେ ସମସ୍ତେ ଶତ ପ୍ରତିଶତ ଭୋଟ ସାଂସଦ ପ୍ରାର୍ଥୀ ଲେଖାଶ୍ରୀଙ୍କୁ ଦେବାକୁ ବିଧାୟକ ନିବେଦନ କରିଥିଲେ। 

ଉକ୍ତ କର୍ମୀ ସମ୍ମିଳନୀରେ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ରମେଶ ମହାନ୍ତଙ୍କ ଅଧ୍ୟକ୍ଷତାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବରିଷ୍ଠ ନେତା ଗଙ୍ଗାଧର ମିଶ୍ର, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ, ନାଏବ ସରପଂଚ ଶୁଶାନ୍ତ ମହାଳିକ, ସମିତି ସଭ୍ୟା ଶ୍ରୀମତୀ ରଜନୀ ଗିରି,ପୁର୍ବତନ କାଉନସିଲର ଲୋକନାଥ ଦଳେଇ, ଗଙ୍ଗାଧର ବିଶ୍ୱାଳ, ତପନ ମହାନ୍ତି, ସାଏବ ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଠୁଁ ମୃତ୍ୟୁ ପଯ୍ୟନ୍ତ ଯୋଜନା ଲୋକଙ୍କୁ ବୁଝାଇବା ସହ୧୦ବର୍ଷ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିକାଶ ବାର୍ତା ପହଞ୍ଚାଇବାକୁ ଅନୁରୋଧ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.