କଟକ ୩।୯: କଟକରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରେ ରହୁନାହାନ୍ତି ଅଧିକାରୀ । ଏପରିକି କର୍ମଚାରୀ ମାନେ ବି ନିୟମିତ ଭାବେ କାର୍ଯ୍ୟାଳୟ ଆସୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋଶ । ଅବକାରୀ କମିଶନର କାର୍ଯ୍ୟାଳୟରେ କଟକରୁ ଭୁବନେଶ୍ୱରକୁ ଉଠିଯିବାକୁ ବସିଛି ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଖବର ପ୍ରଚାରିତ ହେବା ପରେ ସୋମବାର ବିଧାୟିକା ସୋଫିଆ କମିଶନର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେ ସମୟରେ କମିଶନର ନିଜ କାର୍ଯ୍ୟାଳୟରେ ନଥିଲେ । ତେବେ ଅଫିସ ସ୍ଥାନାନ୍ତର ସମ୍ପର୍କରେ କର୍ମଚାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ ବିଧାୟିକା । ଅବ୍ୟବସ୍ଥିତ ଆକାରରେ ପଡି ରହିଥିବା ବିଭିନ୍ନ ଫାଇଲ ପତ୍ରକୁ ଦେଖି ବିଧାୟିକା ଖୁବ ବିରକ୍ତି ପ୍ରକାଶ କରିଥିଲେ । କଟକରୁ ଅନେକ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ହେବାକୁ ବିରୋଧ କରିଛନ୍ତି ସୋଫିଆ । ଏହା କଟକକୁ ଶ୍ରୀହୀନ କରିବାକୁ ଏକ ଚକ୍ରାନ୍ତ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।
You Can Read:
ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କା ପ୍ରଦାନ ଦାବି, ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ