scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୋହୂଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ବିବାହର ୨ ବର୍ଷ ପରେ ଅଭିଯୋଗକୁ ଗ୍ରହଣ କରିପାରୁନି : ଶଶିଭୂଷଣ ବେହେରା

17/05/2023 at 4:21 PM

ଭୁବନେଶ୍ବର ୧୭।୫: ବୋହୂଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ ବିଧାୟକ ଶଶିଭୂଷଣ ବେହେରା । ଶଶିଭୂଷଣ କହିଛନ୍ତି, ଘଟଣାକୁ ନେଇ ମୁଁ ମର୍ମାହତ, ଦୁଃଖିତ ଏବଂ ଆଶ୍ଚର୍ଯ୍ୟ ଚକିତ । ବିବାହର ୨ ବର୍ଷ ପରେ ଅଭିଯୋଗକୁ ଗ୍ରହଣ କରିପାରୁନି । ଖାଲି ସେତିକି ନୁହେଁ ଯୌତୁକ ଦାବିକୁ ଖଣ୍ଡନ କରିବା ସହ ପୁଅ ନାଁରେ ଥିବା ପରକୀୟା ପ୍ରୀତି ଅଭିଯୋଗକୁ ମଧ୍ୟ ଶଶିଭୂଷଣ ଖଣ୍ଡନ କରିଛନ୍ତି । ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି ବୋହୂ ରୋନାଲି । ଏତଲାରେ ଶଶୀଭୂଷଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି । ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ରୋନାଲି ଅଭିଯୋଗ ଆଣିଛନ୍ତି ।

ରୋନାଲି ତାଙ୍କ ସ୍ବାମୀ ସତ୍ୟପ୍ରକାଶ, ଶ୍ବଶୂର ଶଶୀଭୂଷଣ, ଶାଶୁ ସୁପ୍ରଭା କୁମାରୀ ମହାନ୍ତି, ନଣନ୍ଦ ସୁଶ୍ରୀଭାରତୀ ବେହେରା ଏବଂ ମାଉସୀ ଶାଶୁ ପ୍ରତିଭା ବେହେରାଙ୍କ ନାମରେ ଅଭିଯୋଗ କରିଛନ୍ତି । ବାଙ୍କୀ ନିବାସୀ ରୋନାଲି ୨୦୨୧ ମାର୍ଚ୍ଚ ୩ ତାରିଖରେ ସତ୍ୟପ୍ରକାଶଙ୍କୁ ବିବାହ କରିଥିଲେ ।

ବାଣୀ ବିହାରରେ ଭୂତତ୍ତ୍ୱ ବିଜ୍ଞାନରେ ପିଏଚଡି କରୁଥିବା ରୋନାଲିଙ୍କ ଅଭିଯୋଗ ଅନୁଯାୟୀ ବିବାହର ୧୦/୧୨ ଦିନ ଯାଏଁ ସବୁ ଠିକ୍ ଠାକ୍ ଥିଲା । ତାଙ୍କ ଶାଶୁ ଘର ଲୋକେ କାଠ ତିଆରି ଆସବାବାପତ୍ର ବଦଳରେ ପୂଅ-ବୋହୂଙ୍କୁ ଭଳ ସୁନାଗହଣା ଦେବାକୁ କହିଥିଲେ । ତାଙ୍କ ବାପଘର ଲୋକେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ଦେଇଥିଲେ ଯଥେଷ୍ଟ ଗହଣା । କିନ୍ତୁ ତାପରେ ହେଲା ବିବାଦ ।

ବାପ ଘରୁ ତାଙ୍କ ବ୍ୟବହୃତ ପୁରଣା ଗହଣା ସହ ପୁଅ ପାଇଁ ଗହଣା ଉପହାର ଦାବି କଲେ ଶାଶୁ, ନଣନ୍ଦ ଓ ବାହାଘରରେ ମଧ୍ୟସ୍ତି ଥିବା ରୋନାଲିଙ୍କ ମାଉସୀ ଶାଶୁ । ତାପରେ ଭିଡିଓଗ୍ରାଫରର ଚାର୍ଜ ବାବଦକୁ ୨ ଲକ୍ଷ ଟଙ୍କା, ବିଭିନ୍ନ ଆଳରେ ଅର୍ଥ, ଏପରିକି ତାଙ୍କ ପିଏଚଡି ଷ୍ଟାଇପେଣ୍ଡ ଅର୍ଥ ଉପରେ ବି ଶାଶୁଘର ଲୋକେ ଆଖି ରଖିଲେ । ଏମିତି ସବୁକୁ ନେଇ ଶାଶୁ ଘରଲୋକେ ମାନସିକ, ଶାରିରୀକ ନିର୍ଯାତନା ଦେଲେ ବୋଲି ରୋନାଲି ତାଙ୍କ ଅଭିଯୋଗରେ ଲେଖିଛନ୍ତି । ବଡ଼ ଅଭିଯୋଗଟି ହେଲା ରୋନାଲି ଯେବେ ଏନେଇ ଶ୍ବଶୂର ଶଶିଭୂଷଣଙ୍କୁ କହିଲେ ଏବଂ ସାହାଯ୍ୟ ମାଗିଲେ, ସେତେବେଳେ ଶ୍ବଶୂର ତାଙ୍କ ପକ୍ଷ ନେବା ବଦଳରେ ଶାନ୍ତିରେ ଓ ଭଲରେ ରହିବାକୁ ସ୍ୱାମୀ, ଶାଶୁ, ନଣନ୍ଦଙ୍କ କଥା ମାନିନେବାକୁ କହିଲେ ।

ତେବେ ସଙ୍ଗୀନ ଅଭିଯୋଗଟି ହେଲା, ସ୍ୱାମୀଙ୍କ ଚରିତ୍ର । ରୋନାଲିଙ୍କ ଅଭିଯୋଗ ହେଲା, ତାଙ୍କ ସ୍ବାମୀ ସତ୍ୟପ୍ରକାଶ ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ରଖିଛନ୍ତି । ଆଉ ସେ ତାହାର ବିରୋଧ କରିବାରୁ ଓଲଟା ସ୍ବାମୀ, ଶାଶୁ, ନଣନ୍ଦ ତାଙ୍କୁ ଖରାପ କରି କହିବା ସହ ଅଧିକ ନିର୍ଯାତନା ଦେଲେ । ପରିସ୍ଥିତି ଏପରି ହେଲା ଯେ, ସେ ୨୦୨୧ ଜୁଲାଇ ୩୧ ତାରିଖରେ ତାଙ୍କ ବାପାଙ୍କ ସହ ଶାଶୁଘରୁ ବାପଘରକୁ ଆସିଲେ । ୧୫ଦିନ ଲାଗି ସେ ବାପଘରକୁ ଆସିଥିଲେ । କିନ୍ତୁ ବିଭିନ୍ନ ଆଳରେ ତାଙ୍କ ଶାଶୁ ଘର ଫେରିବା ଏଯାଏଁ ସମ୍ଭବ ହେଲାନି ।

ଘରୋଇ ହିଂସା ସହ ମାନସିକ ନିର୍ଯାତନା ଦେଇ ଓଲଟା ତାଙ୍କ ସ୍ବାମୀ ଓ ତାଙ୍କ ପରିବାର ତାଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କରିବା ଭଳି ପରିସ୍ଥିତି କଲେ । ଏପଟେ ଅର୍ଥ ଅଭାବରୁ ତାଙ୍କ ପିଚ୍‌ଡି ଶିକ୍ଷା ନେଇ ସେ ସମସ୍ୟାର ସମ୍ମୁଖୀନ ହୋଇଥିବା ମଧ୍ୟ ରୋନାଲି ତାଙ୍କ ଅଭିଯୋଗରେ ଦର୍ଶାଇ ବ୍ୟକ୍ତିଗତ ନିରାପତ୍ତା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସହାୟତା (ସ୍ବାମୀଙ୍କ ଠାରୁ) ପାଇବାକୁ ଆଇନର ଆଶ୍ରୟ ନେଇଛନ୍ତି ।

   Related Posts