ଭୁବନେଶ୍ବର ୩୧।୮: ରାଜ୍ୟରେ ମଦ୍ୟପ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମା ଭୁକ୍ତ ଓ ସ୍ବାସ୍ଥ୍ୟ ବୀମାଭୁକ୍ତ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିବେ କି ? ରାଜ୍ୟରେ ମଦ ବନ୍ଦ ସଂପର୍କୀତ ଏମିତି ଅଣତାରକା ପ୍ରଶ୍ନ କରିଛନ୍ତି ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ରାଜ୍ୟ ସରକାରଙ୍କ ଏନେଇ କୌଣସି ବ୍ୟବସ୍ଥା ନଥିବା ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି, ସରକାରଙ୍କ ଉତ୍ତର ନାଁ । ଯଦି ନାଁ ତେବେ ରାଜ୍ୟରେ ମଦ୍ୟପ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ବୀମା ଭୁକ୍ତ ଓ ସ୍ବାସ୍ଥ୍ୟ ବୀମା ଭୁକ୍ତ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିବେ କି ? ରାଜ୍ୟରେ ମଦ୍ୟପ ମାନଙ୍କୁ ପଞ୍ଜିକରଣ କରି ବୀମା ଭୁକ୍ତ ଏବଂ ସ୍ବାସ୍ଥ୍ୟ ବୀମାଭୁକ୍ତ କରିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ସରକାର ଉତ୍ତର ରଖିଛନ୍ତି ।
ତେବେ ଗୃହ ବାହାରେ ଗଣମାଧ୍ୟମକୁ ଏମିତି ପ୍ରଶ୍ନ ପଚାରିବା ପଛର ଯୁକ୍ତି ବାଢି କହିଛନ୍ତି, ମଦୁଆ ଟଙ୍କା ଦେଇ ମଦ କିଣି ପିଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ଟିକସ ପାଉଛନ୍ତି । ମଦୁଆ ଯଦି ମଦ କିଣିବା ଲାଗି ଟିକସ ଦେଉଛି ତାହାଲେ ସରକାର ଟିକସ ଦାତାର କଥା ବୁଝିବେନି କାହିଁକି । ମଦୁଆ ଯଦି ମଦ ପିଇ ପିଇ ମରିଯିବେ ତେବେ ତାଙ୍କର ପରିବାର ଅବସ୍ଥା ସ୍ତ୍ରୀ ପିଲାଙ୍କ ଅବସ୍ଥା କ’ଣ ହେବ । ତେଣୁ ସରକାର ଯଦି ମଦୁଆଙ୍କ ଠୁ ମଦ ପାଇଁ ଟିକସ ନେଉଛନ୍ତି ତାହାଲେ ତାଙ୍କ ପରିବାର ଲାଗି ଟିକସ ଅର୍ଥରୁ କାଟି ବୀମା କରିବା ଦରକାର ।
You Can Read:
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବା ଉଚିତ : ଧର୍ମେନ୍ଦ୍ର ପ୍ରଧାନ