Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ବିଡିଓଙ୍କ ବଦଳି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ବିଧାୟକଙ୍କ ସହ ସ୍ଥାନୀୟବାସୀ, ପୋଲିସ ସହ ଧସ୍ତାଧସ୍ତି

14/03/2023 at 6:03 PM

ରାଉରକେଲା ୧୪।୩: କୋଇଡା ବିଡ଼ିଓଙ୍କ ବଦଳି ଦାବିରେ ରାଜରାସ୍ତାରେ ବିଧାୟକଙ୍କ ସହ ସାଧାରଣ ଲୋକ । ବିଡ଼ିଓ ପଲ୍ଲବୀ ରାଣୀଙ୍କ ବିରୋଧରେ ଜନ ଅସନ୍ତୋଷ । ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୋଇଡା ବ୍ଲକ୍‌ବାସୀ । ୧୫ ପଞ୍ଚାୟତର ୧୫ ସରପଞ୍ଚ, ସମସ୍ତ ସମିତି ସଭ୍ୟ ସହ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବ୍ଲକ୍ କାର୍ଯ୍ୟାଳୟ ଘେରାଉ, ବ୍ଲକ୍ ଗେଟ୍ ଭଙ୍ଗା ସହ ପୋଲିସ ସହ ଧସ୍ତା ଧସ୍ତି ହୋଇଛି ।

ବିଡ଼ିଓ ପଲ୍ଲବୀ ରାଣୀ ଜଣେ ଦୁର୍ନୀତି ମୂଳକ ବିଡ଼ିଓ, ପୂର୍ବରୁ ଜିଲ୍ଲାର ଲେଫ୍ରିପଡ। ବ୍ଲକ୍‌ରେ ବିଡ଼ିଓ ଥିବା ବେଳେ ସ୍ୱଚ୍ଛ ଭାରତ ପାଇଖାନାରେ ଦୁର୍ନୀତି କରିଥିବାର ସ୍ପଷ୍ଟ ହେବା ପରେ କୋଇଡା ବ୍ଲକ୍ ବଦଳି ହୋଇଥିଲା । ଆଉ କୋଇଡା ବ୍ଲକ୍ ବିଡ଼ିଓ ଭାବରେ ଦାଇତ୍ୱ ଭାର ନେବା ପରେ ବ୍ଲକ୍ ର ସରକାରୀ ଉନ୍ନୟନ କାମରେ ମା-ଭାଇଙ୍କ ନାଁରେ ଠିକା, DMF ଅର୍ଥର ଭୁଲ୍ ବିନିଯୋଗ, ଜନ ପ୍ରତିନିଧିମାନଙ୍କୁ ଦୂର ବ୍ୟବହାର, ବାରମ୍ବାର ଜିଲ୍ଲାପାଳ, ସହ ରାଜ୍ୟ ପ୍ରଶାସନକୁ ଜଣାଇବା ପରେ ବିଡ଼ିଓ ପଲ୍ଲବୀ ରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନ ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକେ । ବାମପନ୍ଥୀ ଶ୍ରମିକ ସଂଗଠନ ସିଟୁର ଆହ୍ୱାନରେ ବିକ୍ଷୋଭ ସହ ଆନ୍ଦୋଳନ କରିଛନ୍ତି । 

   Related Posts