ନାଳରେ ପଶି ପ୍ରତିବାଦ କଲେ କଟକ ବାରବାଟୀ ବିଧାୟକ, ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଦାବିରେ ବିକ୍ଷୋଭ

Published By : Prameya-News7 Bureau | June 30, 2022 IST

କଟକ ୩୦/୦୬: ନାଳରେ ପଶିଲେ ବିଧାୟକ । ବାରବାଟି କଟକ ବିଧାୟକ ମହମ୍ମଦ ମୋକିମ ସିଡିଏ ପେଟା ନାଳରେ ପଶି ପ୍ରତିବାଦ ଜଣାଇଛନ୍ତି । ପେଟା ନାଳର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ଏହାର କାର୍ଯ୍ୟକାରୀ ହେଉନଥିବା କହିଛନ୍ତି ମୋକିମ ।

ପେଟା ନାଳର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ବାରମ୍ବାର ବିଧାନସଭାରେ ଦାବି ଉପସ୍ଥାପନା କରିଥଲେ। ପରେ ଏ ନେଇ ଟଙ୍କା ମଞ୍ଜୁର କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ପ୍ରତିବାଦ କରି ଆଜି ବିଧାୟକ ନିଜେ ନାଳ ଭିତରେ ପଶିଥିଲେ । ଆସନ୍ତା ତିନି ମାସ ଭିତରେ କାମ ଆରମ୍ଭ ନହେଲେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ବିଧାୟକ ।

ସେପଟେ ଜିଲ୍ଲା ବିଜେଡି ସଭାପତି କହିଛନ୍ତି ବିଧାୟକ ନିଜର ଦକ୍ଷତା ଦେଖାଇ ପାରୁ ନାହାନ୍ତି ବୋଲି ଏଭଳି କହୁଛନ୍ତି । ଏହାର କାର୍ଯ୍ୟ ପାଇଁ ଟେଣ୍ଡର ହୋଇଛି ବର୍ଷା ଦିନ ପରେ କାର୍ଯ୍ୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.