ଇଡିରେ ହାଜର ହେଲେ ତାଳଚେର ବିଧାୟକ, ଖଣି କାରବାର ନେଇ ହୋଇପାରେ ଜେରା
20/01/2023 at 2:33 PM

ଭୁବନେଶ୍ୱର ୨୦/୦୧: ଇଡିରେ ହାଜର ହେଲେ ତାଳଚେର ବିଧାୟକ । ଖଣି କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ବିଧାୟକ ବ୍ରଜ ପ୍ରଧାନ । ସୂଚନା ଥାଉକି, ବେଆଇନ ଖଣି କାରବାର ମାମଲାରେ ପ୍ରଚୁର ଅର୍ଥ ହାସଲ କରିଥିବା ସୂଚନା ।
ଏନେଇ ଇଡିରେ ଜେରାର ସମ୍ମୁଖୀନ ହୋଇପାରନ୍ତି ବିଧାୟକ । ତେବେ ପୂର୍ବରୁ ଚମ୍ପୁଆର ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ଘରେ ଛାପା ମାରିଥିଲା ଇଡି । ସେହି ମାମଲା ତଦନ୍ତ ଜାରି ରହିଥିବା ବେଳେ ବ୍ରଜ ପ୍ରଧାନଙ୍କ ଖଣି ଲିଙ୍କ୍ ସମ୍ପର୍କରେ ଜାଣିବାକୁ ପାଇଥିଲା ଇଡି ।