ରାଜନୀତିରେ ପରିବର୍ତ୍ତନର ସମୟ ଆସିଛି କହିଲେ ବିଧାୟକ ପ୍ରକାଶ ବେହେରା

Published By : Prameya-News7 Bureau | January 29, 2019 IST

ସାଲେପୁର ୨୯|୧:  ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ‘ଆସନ୍ତୁ ଚାଲିବା’ ରାଲି ଆରମ୍ଭ ହୋଇଛି । ରାଲିର ବ୍ୟାନରରେ ରହିନାହିଁ ହାତ ଚିହ୍ନ । ଏହି ରାଲି ପୀର ବଜାରରୁ ବାହାରି ପ୍ରାୟ ୧୬ କିଲୋମିଟର ଯାଏଁ ଯିବାର କାର୍ଯ୍ୟକ୍ରମ ରହିଛି । ବିକାଶମୂଳକ କାମକୁ ଲୋକଙ୍କ ସାମ୍ନାରେ ରଖିବାକୁ କରୁଛନ୍ତି ପଦଯାତ୍ରା । ତେବେ ଏହି ରାଲି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରକାଶ ବେହେରା ।  ସାଲେପୁରର ବିକାଶରେ ସାମିଲ ହେବାକୁ ଏଭଳି ରାଲିର ଆୟୋଜନ କରାଯାଇଛି । ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ । ସାଲେପୁରରୁ ହିଁ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଲୋକଙ୍କ ସମର୍ଥନ ତାଙ୍କ ସହ ରହିଛି, ଦଳ ବଡ କଥା ନୁହେଁ ବୋଲି ସେ କହିଛନ୍ତି । ରାଜନୀତିରେ ପରିବର୍ତ୍ତନର ସମୟ ଆସିଛି । ଦଳ ମତରୁ ଉପରକୁ ଉଠି ରାଜନୀତି କରିବାର ବେଳେ ଆସିଛି ବୋଲି ପ୍ରକାଶ ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.