ଦିଲ୍ଲୀରୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ

Published By : Prameya-News7 Bureau | August 06, 2018 IST

ଦିଲ୍ଲୀରୁ ଚିକିତ୍ସା ସାରି ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ପୂର୍ବ ଅପେକ୍ଷା ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ଉନ୍ନତ ମାନର ଚିକିତ୍ସା ପାଇଁ ପ୍ରଭାତ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ବସନ୍ତବିହାର ସ୍ଥିତ ଇଣ୍ଡିଆନ ସ୍ପାଇନାଲ ଇନଜୁରିୟସ୍ ସେଣ୍ଟରରେ କିଛି ଦିନ ରହି ଚିକିତ୍ସିତ ହୋଇଥିଲେ । ପରେ ସେ ଜୁଲାଇ ୨୯ରେ ସେଠାରୁ ଡିସଚାର୍ଜ ହୋଇ ଓଡିଶା ଭବନରେ ରହିଥିଲେ । ଆଜି ସେ ସୁସ୍ଥ ହୋଇ ଦିଲ୍ଲୀରୁ ଫେରିଛନ୍ତି । ସିସୋର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ୨୦୧୭ ସେପ୍ଟେମ୍ବର ୧୯ରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ । ଗିରଫ ହେବା ପରେ ଦେହ ଖରାପ ହେବାରୁ ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହାଇକୋର୍ଟରୁ ନିୟମିତ ଜାମିନ ପାଇବା ପରେ ଗତ ଜୁଲାଇ ୭ ତାରିଖରେ ସେ ଏସସିବିରୁ ଡିସଚାର୍ଜ ହୋଇଥିଲେ । ସେହିଦିନ ହିଁ ସେ ଦିଲ୍ଲୀ ଯାଇଥିଲେ । ତେବେ ସେପ୍ଟେମ୍ବର ୨୪ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ସେ ପୁଣି ଥରେ ଦିଲ୍ଲୀ ଯିବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.