ମିଳିଲାନି ଟିକେଟ୍, ବିଜେଡ଼ିରୁ ଇସ୍ତଫା ଦେଲେ ବିଧାୟକ ପର୍ଶୁରାମ ଧଡ଼ା

Published By : Prameya-News7 Bureau | April 03, 2024 IST

ଭୁବନେଶ୍ଵର: ବିଜେଡି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ଦଳରେ ବିଦ୍ରୋହ ଦେଖା ଦେଇଛି। ଆଉ ବିଜେଡିରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ ଧଡ଼ା। ପର୍ଶୁରାମ ଧଡ଼ା ହେଉଛନ୍ତି ସୋର ବିଧାୟକ। ଦଳ ତାଙ୍କୁ ଟିକେଟ୍  ନ ଦେବାରୁ ସେ ଆଜି ଇସ୍ତଫା ଦେଇଛନ୍ତି। ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି।

Also read:  ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍, କହିଲେ- ଯାହା ଦଣ୍ଡ ଦେବେ ମୁଁ ରାଜି

ଦଳରୁ ଇସ୍ତଫା ଦେବା ପରେ ପର୍ଶୁରାମ କହିଛନ୍ତି, ଏଥର ସେ ନିର୍ବାଚନ ନିଶ୍ଚିତ ଲଢିବେ। ଦଳରୁ ଲଢିବି ନା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ଲୋକଙ୍କ ସହ ପରାମର୍ଶ ପରେ ନିଷ୍ପତ୍ତି ନେବି। ଟିକେଟ୍ ନ ଦେବା ବିଜେଡି ପାଇଁ ମହଙ୍ଗା ପଡିବ କି ନାହିଁ, ତାହା ସମୟ  କହିବ। ପ୍ରାୟ ବର୍ଷେ ହେଲାଣି କୁଚକ୍ରୀ ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲେ। କୁଚକ୍ରୀ ଗୋଷ୍ଠୀ ଆଜି ସଫଳ ହେଲେ ଯାହାକୁ ସୁପ୍ରିମୋ ବୋଧେ ଜାଣି ପାରି ନାହାନ୍ତି। ଦଳକୁ ସମୀକ୍ଷା କରିବାର  ଆବଶ୍ୟକତା ରହିଛି ବୋଲି ପର୍ଶୁରାମ କହିଛନ୍ତି। 

ସୂଚନାଯୋଗ୍ୟ, ଆଜି ବିଜେଡି ଦ୍ଵିତୀୟ ପର୍ଯ୍ୟାୟରେ ୨୭ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀକୁ ମିଶାଇ ମୋଟ୍ ୯୯ ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଲାଣି। ଆଉ ୪୮ଟି ସିଟ୍‌ରେ ପ୍ରାର୍ଥୀ ଘୋଷଣା ବାକି ରହିଛି।  

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.