ମରଶରୀରକୁ କାନ୍ଧରେ ମଶାଣିକୁ ବୋହିନେଲେ ସୋର ବିଧାୟକ ପର୍ଶୁରାମ ଧଡା

Published By : Prameya-News7 Bureau | November 20, 2019 IST

ସୋର ୨୦।୧୧: ଏମିତିବି ନେତା ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ସମୟ ବାହାର କରି ଶବକୁ ନିଜେ କାନ୍ଧରେ ବୋହି ମଶାଣିକି ନେବାର ଦୃଶ୍ୟ ବହୁତ କମ୍ ଦେଖାଯାଇଥାଏ ନେତାଙ୍କ ପାଖରେ । ଏମିତି ଏକ ଦୃଶ୍ୟ ଦେଖି ସାରା ସୋର ଅଞ୍ଚଳରେ ଗୋଟିଏ ଚର୍ଚ୍ଚା ନେତା ହେବ ତ ଏମିତି।

{"id":187220,"sizeSlug":"large"}

ବାଲେଶ୍ଵର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପର୍ଶୁରାମ ଧଡ଼ା । କାର୍ଯ୍ୟ ବ୍ୟସ୍ତତାରେ ଥାଇ ମଧ୍ୟ ଖବର ପାଇ ବାଳଙ୍ଗ ଗ୍ରାମର ଘନଶ୍ୟାମ ବେହେରାଙ୍କ ଶବକୁ କାନ୍ଧ ଦେଇଛନ୍ତି । ଖବର ପାଇ ସଙ୍ଗେସଙ୍ଗେ ସମସ୍ତ କାମକୁ ପଛରେ ପକାଇ ମୃତ ଘନଶ୍ୟାମ ବେହେରାଙ୍କ ବାସଭବନରେ ପହଂଚି ତାଙ୍କ ମରଶରୀରକୁ ନିଜେ କାନ୍ଧରେ ବୋହି ମଶାଣି ପାଖକୁ ନେଇ ତାଙ୍କର ଶେଷକୃତ୍ୟ ସମାପନ କରିବା ସହିତ ତାଙ୍କର ପରିବାରକୁ ସମବେଦନା ଜଣାଇଥିଲେ। ଯାହା ସମସ୍ତ ନେତାଙ୍କ ପାଇଁ ଉଦାହରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.