ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀଙ୍କ ସହିତ ସମୀକ୍ଷା ବୈଠକ କଲେ ବିଧାୟକ, ଜମିପଟ୍ଟା ପ୍ରଦାନ ନେଇ ଦେଲେ ପ୍ରତିଶୃତି

Published By : Prameya-News7 Bureau | August 20, 2021 IST

ମହାକାଳପଡ଼ା, ୨୦/୦୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗୋର୍ବଦ୍ଧନପୁରଠାରେ ପାର୍ବତି ଗିରି ବୃହତ ଉଠାଜଳ ସେଚନ ପକଳ୍ପ ୮.୧୧.୨୦୧୬ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପକଳ୍ପର ନିର୍ମାଣ କାର୍ଯ୍ୟ ଏବେ ସମ୍ପୁର୍ଣ୍ଣ ହେବାକୁ ବିସିଛି । ଲକ୍ଷ ଥିଲା ୮୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରାଯିବ ପାଇଁ ମାତ୍ର ଏହି ପକଳ୍ପରୁ ତିନୋଟି ଗ୍ରାମର ବାଦ ପଡିବା ସହିତ କିଛି ତୃଟି ଥିବା ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ ମହାକାଳପଡା ବ୍ଲକ କାର୍ଯ୍ୟଳୟରେ ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୌଠକ ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ କେନ୍ଦ୍ରାପଡା ଜିଲ୍ଲାର ଉପ ଜିଲ୍ଲାପାଳ ନିରଂଜନ ବେହେରା, ତହସିଲଦାର ସୌଭାଗ୍ୟ ରଂଜନ ପଣ୍ଡା , ବିଡିଓ ଦେବାଶିଷ ରାଉତ, ବ୍ଲକ ଅଧକ୍ଷା ଶଶ୍ମିତା ବରାଳ, ପ୍ରକଳ୍ପ ଯନ୍ତ୍ରୀ ପ୍ରମୁଖ ଓ ବଡକୂଳ ପଂଚାୟତର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଚଷୀ ପ୍ରତିନିଧିଙ୍କ ସହିତ ଆଲୋଚନା କରାଯାଇଥିଲା । ଶେଷରେ ବିଧାୟକ ଓ ଉପସ୍ଥିତ ଅଧିକାରିମାନେ ଚାଷୀ ମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମହାକାଳପଡା ବ୍ଲକର ଉପକୂଳ ପଂଚାୟତର ଦିର୍ଘଦିନ ଧରି ବସବାସ କରୁଥିବା ଅଦିବାସୀ ପରିବାର ମାନଙ୍କର ଜମି ଜମା ପଟ୍ଟା ସମସ୍ୟାର ସମାଧାନ ଦିଗରେ ଆଲୋଚନ କରାଯାଇଥିଲା । ଖୁବଶିଘ୍ର ଆଦିବାସୀ ପରିବାରକୁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ବିଧାୟକ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.