ରବି ଚାଷ ପାଇଁ ମୁଗ ବିହନ ବାଣ୍ଟିଲେ ବିଧାୟକ

Published By : Prameya-News7 Bureau | January 04, 2020 IST

କଣ୍ଟାବାଞ୍ଜି୪/୧: ଆଗକୁ ଆସୁଛି ରବି ଚାଷ । ଏ ନେଇ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କେଉଁ ସବୁ ଯୋଜନାରେ ସାମିଲ କରିବ ସେ ନେଇ ପ୍ରସ୍ତୁତ ହୋଇସାରିଛି । ଆଜି  ତୁରେକେଲା ବ୍ଲକ କୃଷି ସୂଚନା ଏବଂ ପରାମର୍ଶ  କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ମୁଗ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ମୁଗ ବିହନ ସହ ଚାଷରେ ବ୍ୟବହାର ହେଉଥିବା ଅନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

ଚାଷୀମାନେ କେମିତି ମୁଗ ଚାଷ ପ୍ରତି  ଆକୃଷ୍ଟ ହୋଇ ପାରିବେ ସେ ନେଇ ଏହି କାର୍ଯ୍ୟକ୍ରମ କରିଥିବା ବେଳେ ଚାଷୀ କେମିତି ଏହି ସବୁ ଯୋଜନାରେ ଲାଭ ନେବେ ସେ କଥା କହିଥିଲେ । ପ୍ରଥମ ପର୍ଯ୍ୟାୟରେ ତୁରେକେଲା ବ୍ଲକର ୬ ଟି ପଂଚାୟତର କିଛି ଚାଷୀମାନଙ୍କୁ ଏହି  କାର୍ଯ୍ୟକ୍ରମ ସାମିଲ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଚାଷୀଙ୍କୁ ମଧ୍ୟ ବିହନ ବଣ୍ଟାଯିବ ବୋଲି ସୁଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.