ଝାରସୁଗୁଡା୨୦|୧: ବିଧାୟକ ନବଦାସ କଂଗ୍ରେସରୁ ଇସ୍ତାଫା ଦେବା ପରେ ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେଡ଼ିର ସଭ୍ୟ ପଦ ଗ୍ରହଣ କରିବେ।ବର୍ତ୍ତମାନ ନବାବାବୁ ବିଜେଡି ମୁହାଁ ହେବା ପରେ ନିଜର ଭବିଷ୍ୟତ ସ୍ଥିତିକୁ ଆକଳନ କରି ପାରୁନାହାନ୍ତି।ପ୍ରଚଣ୍ଡ ଦ୍ବନ୍ଦ୍ବ ଭିତରେ ରହିଛନ୍ତି ନବ ଓ ତାଙ୍କ ସମର୍ଥକ । ତେଣୁ ତନ୍ତ୍ର ମନ୍ତ୍ର ହୋମ ଯଜ୍ଞ ଉପରେ ଗଭୀର ବିଶ୍ବାସ ରଖୁଥିବା ନବ ଏବେ ବିଭିନ୍ନ ଜାତିର ପର୍ବରେ ନିଜକୁ ସାମିଲ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି।ଗତ ଗୁରୁବାର ଲାଇକେରା ବ୍ଳକର ମଜୁରଢ଼ିପାଠାରେ ଗଣ୍ଡ ସମ୍ପ୍ରଦାୟର ଜଂଘଲିଙ୍ଗା ପୂଜା ଅବସରରେ ନିହେଁ ବଡ଼ଦେଓ ଦେବତାଙ୍କ ଏକ ଓଜନିଆ କାଠକୁ ନିଜ କାନ୍ଧରେ ବୋହି ନାଚ କରିଥିଲେ।ଏହା ଦ୍ବାରା ଭୋଟରଙ୍କ ଉପରେ ଯେପରି ଦଳ ବଦଳରେ ପ୍ରଭାବ ପଡିବନି ସେଭଳି ନିଜକୁ ଭଗବାନଙ୍କ ନିକଟରେ ସମର୍ପିତ କରିଥିଲେ।
{"id":76144}ସୂଚନାଯୋଗ୍ୟ ଯେ, କଂଗ୍ରେସ ଟିକଟରେ ଦୁଇ ଦୁଇ ଥର ଝାରସୁଗୁଡା ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇଥିବା ନବ ଦାସ ଗତ ୧୬ ତାରିଖ ଦିନ କଂଗ୍ରେସ ଛାଡିଥିଲେ । ତାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ମଧ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା । ଝାରସୁଗୁଡାର ବିକାଶ ପାଇଁ ଏବଂ ଭୋଟରଙ୍କ କଥା ଅନୁସାରେ ସେ ବିଜେଡିରେ ଯୋଗ ଦେବାକୁ ଚାହୁଁଥିବା ନବ କହିଥିଲେ । ତେବେ ନବ ଦାସ ନିଜ ବ୍ୟବସାୟର ସୁରକ୍ଷା ପାଇଁ ବିଜେଡିକୁ ଯାଉଥିବା ପ୍ରଦେଶ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ ।
{"id":76145}ନବଦାସ ବିଜେଡିରେ ଯୋଗ ଦେଲା ପରେ ନବଙ୍କ ପାଇଁ ସବୁ କଥା ଠିକ ହେବ ନାହିଁ ବୋଲି ଆକଳନ କରାଯାଉଛି । କାରଣ ପୁରଣା ବିଜେଡି କର୍ମୀ ଓ ନେତାମାନେ ତାଙ୍କୁ ଗ୍ରହଣ କରିବେ କି ନାହିଁ ବୋଲି ସନ୍ଦେହ ଉପୁଜିଛି । ଯଦିଓ ସମସ୍ତେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ସମ୍ମାନ କରିବେ । ତଥାପି କିଶୋର ମହାନ୍ତିଙ୍କ କ୍ୟାମ୍ପ ନବଙ୍କୁ ଯେ, ଆନ୍ତରିକ ଭାବେ ଗ୍ରହଣ କରିବ ନାହିଁ ଏହା ନିଶ୍ଚିତ । ନବଙ୍କ ବିଜେଡି ଯୋଗଦାନ ସମ୍ପର୍କରେ କିଷୋର ମହାନ୍ତିଙ୍କୁ ମନେଇବା ପାଇଁ ଗତ ଶୁକ୍ରବାର ଦିନ ଯୁବନେତା ପ୍ରଣବ ପ୍ରକାସ ଦାସ ଓ ସଞ୍ଜୟ ଦାସବର୍ମା ଝାରସୁଗୁଡା ଯାଇଥିଲେ । ସେଠାରେ ଏକ ରୁଦ୍ଧଦ୍ବାର ବୈଠକରେ ଉଭୟ ନେତାଙ୍କୁ ବୁଝାସୁଝା କରାଯାଇଛି । ଏହା ସତ୍ତ୍ବେ ନବ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ।ତେଣୁ ଏହି ସମୟରେ ସେ ଅଧିକ ଭଗବତ ବିଶ୍ବାସୀ ହେବା ସ୍ବଭାବିକ କଥା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
{"id":76146}ଏପଟେ ନବଙ୍କ ଅବସ୍ଥା ଅନୁପ ସାଏଙ୍କ ଭଳି ହେବ ବୋଲି କିଛି କଂଗ୍ରେସ ନେତା ଆକଳନ କରିଥିଲେ । ଏହାକୁ ନବ ହସରେ ଉଡାଇଦେଇଥିଲେ ମଦ୍ୟ ଭିତରେ ଭିତରେ ଏହାକୁ ନେଇ ଚିନ୍ତିତ ।ତେଣୁ ବିଜେଡିରେ ଯୋଗ ଦେଇ ସବୁକଥା ଠିକ ଠାକ ଚାଲିବା ପର୍ଯ୍ୟନ୍ତ ନବ ନିଜ ଛାଅକୁ ମଧ୍ୟ ବିଶ୍ବାସକୁ ନେଉନାହାଁନ୍ତି । ବରଂ କିଭଳି ଭାବେ ତାଙ୍କର ସବୁ କଂଟା ମୂଳପୋଛ ହେବ ସେ ଦିଗରେ କାମ କରୁଛନ୍ତି ।