Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସାଂସଦ ଓ ବିଧାୟକଙ୍କ ନାଁରେ ସିବିଆଇରେ ପଡି ରହିଛି ୧୫୧ ମାମଲା, ୫୮ଜଣଙ୍କୁ ମିଳିବ ଆଜୀବନ କାରାଦଣ୍ଡ !

24/08/2021 at 10:33 PM

ନୂଆଦିଲ୍ଲୀ, ୨୪|୦୮:       ସାରା ଦେଶରେ ପୂର୍ବତନ ଓ ବର୍ତ୍ତମାନର ସାଂସଦ ତଥା ବିଧାୟକଙ୍କ ବିରୋଧରେ ସିବିଆଇରେ ଅନେକ ମାମଲା ପଡି ରହିଛି । ଏପରି ଭାବେ ୧୫୧ ଟି ମାମଲା ଲମ୍ବିତ ଥିବା ବେଳେ ୫୮ଟି ମାମଲାରେ ଆଜୀବନ କାରାଦଣ୍ଡର ପ୍ରାବଧାନ ମଧ୍ୟ କରାଯାଇଛି । ସେହିପରି ଏକ ତୃତୀୟାଂଶ ମାମଲା କଛପ ଗତିରେ ବିଚାର ଚାଲିଛି ।

ବରିଷ୍ଠ ଆଇନଜୀବୀ ବିଜୟ ହଂସରିୟା ୨୦୧୬ରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଆମିକସ୍ କ୍ୟୁରୀ ନିଯୁକ୍ତ ପାଇଥିଲେ । ଯେଉଁଥିରେ ଜନପ୍ରତିନିଧିଙ୍କ ବିରୋଧରେ ଚାଲିଥିବା ମାମଲାକୁ ତ୍ୱରାନ୍ୱିତ କରିବାକୁ ଦାବି କରାଯାଇଥିଲା । ଏହି ମାମଲାର ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଚାଲିଥିବା ୧୫୧ ମାମଲାରୁ ୫୮ରେ ଆଜୀବନ କାରାଦଣ୍ଡ ଦିଆଯାଇପାରିବ । ୪୫ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇନାହିଁ । ସେହିପରି ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ବିରୋଧରେ ୩୭ଟି ମାମଲା ଚାଲିଛି ।

ସବୁଠାରୁ ପୁରୁଣା ମାମଲା ୨୦୦୦ ମସିହା ଜୁନ ୧୨ର ଅଟେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ରିପୋର୍ଟ ଅନୁସାରେ, ଦେଶର ବିଭିନ୍ନ ସିବିଆଇ କୋର୍ଟରେ ଥିବା ୫୧ଟି ମାମଲାରେ ବର୍ତ୍ତମାନ ଓ ପୂର୍ବତନ ସଂସଦ ଓ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ କେତେଜଣ ପୂର୍ବତନ ଓ ବର୍ତ୍ତମାନ ସାଂସଦ ଓ ବିଧାୟକ ରହିଛନ୍ତି ସେ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସିବିଆଇ ତୁରନ୍ତ ଏହି ସବୁ ମାମଲାର ସମାଧାନ କରିବା ଜରୁରୀ । ନଚେତ ଏହା ଲମ୍ବିତ ହୋଇଚାଲିବ । ଅଗଷ୍ଟ ୧୦ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସିବିଆଇ ବ୍ୟତୀତ ଅନ୍ୟ ପୂର୍ବ ସାଂସଦ ଓ ବିଧାୟକଙ୍କ ନାଁରେ ଚାଲୁଥିବା ମାମଲାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ । ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସେଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଥିଲେ ଯେ, ସେମାନେ ଖବର କାଗଜରେ ରିପୋର୍ଟ ପଢୁଛନ୍ତି । ସରକାର କିଛି ରିପୋର୍ଟ ପ୍ରଦାନ କରୁନାହାଁନ୍ତି ବୋଲି କୋର୍ଟ କହିଥିଲେ ।

   Related Posts