ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଷଣ୍ଢ ପାଇଁ ବିଧାୟକଙ୍କୁ ତାଲା , ଗେଟ୍‌ ଖୋଲିବା ପରେ କେହି ଏ ବିଷୟରେ ମୁହଁ ଖୋଲିବାକୁ ନାରାଜ !

4/11/2019 at 7:24 PM

ଭୁବନେଶ୍ୱର ୦୪।୧୧ -ଷଣ୍ଢ ପାଇଁ ବିଧାୟକ ଙ୍କୁ ତାଲା । ଓୟୁଏଟିର ପଶୁ ଚିକିତ୍ସା ଳୟ ଗେଟରେ ତାଲା ପକାଇଲେ ଡାକ୍ତରୀ ଛାତ୍ର । ଏକଘଣ୍ଟା ପରେ ବିଧାୟକଙ୍କ ସହିତ ବୁଝାମଣା ପରେ ତାଲା ଖୋଲିଲା   । ଆଉ ଗେଟ ବାହାରକୁ ଆସିବା ପରେ କେହି ଏ ବିଷୟରେ ମୁହଁ ଖୋଲିବାକୁ ନାରାଜ ।

ଷଣ୍ଢ ମ଼ତ୍ୟୁକୁ ନେଇ ଓୟୁଏଟି ପଶୁ ଚିକିତ୍ସାଳୟ ଗେଟରେ ତାଲା । ଏକଘଣ୍ଟାକାଳ ବିଧାୟକଙ୍କୁ ଭେଟନାରି ପରିସରରେ ରହିବାକୁ ପଡିଲା । ସୋମବାର ପଟିଆ ଅଢ୍ଚଳରେ ଏକ ବୁଲା ଷଣ୍ଢର ଦେହ ଅସୁସ୍ଥ ହୋଇପଡିଥିଲା ।  ସେଠାକାର କିଛି ସ୍ୱେଚ୍ଛାସେବୀ ଯୁବକ ଉତ୍ତର ବିଧାୟକ ଙ୍କ ଅନୁରୋଧ କ୍ରମେ ଷଣ୍ଢଟିକୁ ଚିକିତ୍ସା କରାଇବାକୁ ଓୟୁଏଟିର ଭେଟନାରୀରେ ପହଞ୍ଚାଇଥିଲେ । ତୁରନ୍ତ ଷଣ୍ଢର ଚିକିସ୍ଥା ପାଇଁ ଷଣ୍ଢକୁ ଆଣିଥିବା ଯୁବକ ମାନେ କାର୍ଯ୍ୟରତ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ହେଉ ଅବା ଡାକ୍ତରୀ ଛାତ୍ର କେହିବି ଷଣ୍ଢକୁ ଚିକିତ୍ସା କରିବାରେ ଧ୍ୟାନ ଦେଇ ନଥିଲେ । ଏପରିକି ଏକ ଟ୍ରାକ୍ଟରରେ ଲଦା ହୋଇଥିବା ଅସୁସ୍ଥ ଷଣ୍ଢକୁ ଦେଖିବାକୁ କେହି ଆସି ନଥିଲେ । ଫଳରେ କିଛି ସମୟ ଭିତରେ ଷଣ୍ଡଟିର ମ଼ତ୍ୟୁ ହୋଇଥିଲା ।

 ଷଣ୍ଢର ମ଼ତ୍ୟୁ ହେବା ଦେଖି ସ୍ୱେଚ୍ଛାସେବୀ ଯୁବକମାନେ ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କୁ ଦାୟୀ କରିଥିଲେ । ଏହାକୁ କେନ୍ଦ୍ର କରି ଡାକ୍ତରୀ ଛାତ୍ର ମାନେ ଗେଟରେ ତାଲା ପକାଇ ସ୍ବେସ୍ଥାସେବୀମାନଙ୍କୁ ବାହାରକୁ ଛାଡି ନଥିଲେ ।

ଏପରିକି ଖବର ପାଇ ଉତ୍ତର ବିଧାୟକ ଭେଟେନାରିରେ ପହଁଚିବା ପରେ ତାଙ୍କୁ ମଧ୍ୟ ତାଲା ପକାଇ ରଖାଯାଇଥିଲା । ହେଲେ ବୁଝାମଣାପରେ ତାଲା ଖୋଲିଥିବା ଛାତ୍ରମାନେ କ୍ୟାମେରା ଆଗରେ ମୁହଁ ଖୋଲି ନ ଥିଲେ । ବିଧାୟକଙ୍କ ଠାରୁ ଆରମ୍ଭ କରି ଭେଟେନାରିର ଡିନ ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣାକୁ ଅତି ହାଲକା ଭାବେ ନେଇଥିଲେ । ସେପଟେ ଗେଟ ବନ୍ଦ ଥିବାରୁ ଏଠାକୁ ନିଜ ଜୀବ ଜନ୍ତୁ ମାନଙ୍କୁ ଚିକିତ୍ସା ପାଇଁ ଆଣିଥିବା ବହୁ ଲୋକଙ୍କୁ ଫେରିବାକୁ ପଡିଥିଲା

   Related Posts