ସାରାଜୀବନ ଜେଲରେ ରହିବେ ସେନଗାର : କୋର୍ଟ ଶୁଣାଇଲେ ଦଣ୍ଡ , ପୀଡିତାଙ୍କ ପରିବାରକୁ ୨୫ଲକ୍ଷ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | December 20, 2019 IST

ନୂଆଦିଲ୍ଲୀ ୨୦।୧୨: ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଦଣ୍ଡ ଘୋଷଣା । ବିଜେପିରୁ ବହିଷ୍କୃତ ବିଧାୟକ କୁଳଦୀପ ସେନଗାରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀର ତିସ୍ ହଜାରା କୋର୍ଟ । ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବା ସହ ପୀଡିତାଙ୍କ ପରିବାରକୁ ସହାୟତା ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିବିଆଇ ପକ୍ଷରୁ ସେନଗାରଙ୍କୁ କଡା ସଜା ଦେବା ପାଇଁ ଦାବି ରଖାଯାଇଥିଲା । ତେବେ ଆସନ୍ତୁ ଜାଣିବା ପୂରା ଘଟଣାବଳୀ ଉପରେ

୪ ଜୁନ ୨୦୧୭ନାବାଳିକାଙ୍କୁ ତାଙ୍କ ଗ୍ରାମର ୨ ଜଣ ଯୁବକ ଶୁଭମ ଓ ଅବଧେଶ ଗାଁରୁ ଅପହରଣ କରିଥିଲେ।
୧୧ ଜୁନ ୨୦୧୭:  ଅପହରଣ ନେଇ ନାବାଳିକାଙ୍କ ପରିବାର ପୋଲିସରେ ଏତଲା ଦେବା ପରେ ୨ ଜଣଙ୍କ ବିରୋଧରେ ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
୨୧ ଜୁନ ୨୦୧୭ : ଅଭିଯୋଗର ୧୦ ପରେ ପୋଲିସ ତଦନ୍ତ କରି ନାବାଳିକାକୁ ଠାବ କରିବା ସହ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା।
୨୨ ଜୁନା ୨୦୧୭ : ପୋଲିସ ନାବାଳିକାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିଥିବା ବେଳେ ପୀଡିତା ତାକୁ ଅପହରଣ ପରେ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ମାଜିଷ୍ଟ୍ରେଟଙ୍କୁ ବୟାନ ଦେଇଥିଲା। ଏଥିରେ ସେ ୩ ଜଣଙ୍କ ନାମ ମାଜିଷ୍ଟ୍ରେଟଙ୍କୁ କହିଥିଲା।
୦୧ ଜୁଲାଇ ୨୦୧୭: ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତାଙ୍କ ବୟାନ ଅଧାରରେ ପୋଲିସ ଏତଲ୍ଲା ରୁଜୁ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା।
୨୨ ଜୁଲାଇ ୨୦୧୭ : ପୀଡିତା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନ୍ୟାୟ ଲାଗି ଗୁହାରି କରିଥିଲା। ଯେଉଁଥିଲେ ସାମୂହିକ ଦୁଷ୍କର୍ମକାରୀଙ୍କ ମଧ୍ୟରେ ବିଜେପି ବିଧାୟକ କୂଲଦୀପ ସିଂ ସେଙ୍ଗର ମଧ୍ୟ ଥିଲେ ବୋଲି ଅଭିଯୋଗ କରିଥିଲା।

{"id":200111,"sizeSlug":"large"}

୩୦ ଅକ୍ଟୋବର ୨୦୧୭ଅଭିଯୁକ୍ତ ବିଧାୟକ ପୀଡିତା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାଁଖି ଥାନାରେ ମାନହାନୀ ମୋକଦ୍ଦମା ରୁଜୁକରିଥିଲେ।
୨୨ ଫେବୃଆରୀ ୨୦୧୮ ବିଧାୟକ ସେଙ୍ଗରଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କରିବା ଲାଗି ପୀଡିତା କୋର୍ଟଙ୍କୁ ନିବେଦନ କରିଥିଲେ।
୦୩ଏପ୍ରିଲ ୨୦୧୮ : ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ଅଭିଯୁକ୍ତ ତଥା ବିଧାୟକଙ୍କ ଭାଇ ଅତୁଲ ସିଂ ସେଙ୍ଗର ସାଥୀଙ୍କ ସହ ମିସି ପୀଡିତାଙ୍କ ପିତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।
୦୪ ଏପ୍ରିଲ ୨୦୧୮ : ବିଧାୟକଙ୍କ ଚାପରେ ପୋଲିସ ଓଲଟା ପୀଡିତାଙ୍କ ପିତାଙ୍କ ବିରୋଧରେ  ମାରପିଟ ମୋକଦ୍ଦମା ରୁଜୁ କରିବା ସହ ତାଙ୍କୁ ଗିରଫ କରିଥିଲା। ବିଧାୟକଙ୍କ ଭାଇ ଓ ସାଥୀଙ୍କ ଆକ୍ରମଣରେ ଗୁରୁତର ଆହତ ପୀଡିତାଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ  ଜେଲ ହାଜତରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ଓ ସମୟରେ ଚିକିତ୍ସା ହୋଇ ନପାରିବାରୁ ଏପ୍ରିଲ ୯ ତାରିଖରେ ଜେଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।  
୧୩ ଏପ୍ରିଲ ୨୦୧୮ : ଭୋର ୪ଟା ବେଳେ ବିଜେପି ବିଧାୟକ କୂଲଦୀପ ସିଂ ସେଙ୍ଗରଙ୍କୁ ପଚରା ଉଚରା ଆରମ୍ଭ କରିଥିଲା। ଦୀର୍ଘ ପଚରା ଉଚରା ପରେ ତାଙ୍କୁ ଗିରଫ କରିଥିଲା।

{"id":200113,"sizeSlug":"large"}

୧୭ ମେ ୨୦୧୮ :  ଜେଲ ହାଜତରେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ୨ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
୧୧ ଜୁଲାଇ ୨୦୧୮କୋର୍ଟରେ ସିବିଆଇ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ପ୍ରଥମ ଚାର୍ଜସିଟ୍ ଦାଖଲକରିଥିଲା। ଏଥିରେ ବିଧାୟକ ସେଙ୍ଗରକୁ ସିବିଆଇ ଗଣ ଦୁଷ୍କର୍ମ ଅଭିଯୁକ୍ତ କରିଥିଲା।
୧୩ ଜୁଲାଇ ୨୦୧୮ :  ସିବିଆଇ କୋର୍ଟରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲକରିଥିବା ବେଳେ ଏଥିରେ ବିଧାୟକଙ୍କ ସମେତ ତାଙ୍କ ଭାଇ ଅତୁଲ ସିଂ ସେଙ୍ଗର, ୩ ପୋଲିସ କର୍ମଚାରୀ ଓ ଅନ୍ୟ ୫ ଜଣଙ୍କୁ ଅଭିଯୁକ୍ତ କରିଥିଲା।
୧୮ ଅଗଷ୍ଟ ୨୦୧୮ : ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲାରମୁଖ୍ୟ ଶାଖୀ ୟୁନୁସଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା
ଜୁଲାଇ ୨୦୧୯ : ପୀଡିତାଙ୍କ କକାଙ୍କୁ କୋର୍ଟ ଏକ ୧୯ ବର୍ଷ ପୁରୁଣା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଦୁର୍ଭାଗ୍ୟବସତଃ ପୀଡିତାଙ୍କ କାକାଙ୍କ ବିରୋଧରେ ବିଧାୟକଙ୍କ ଭାଇ ଅତୁଲ ସିଂ ସେଙ୍ଗାର ହିଁ ମୋକଦ୍ଦମା କରିଥିଲେ।
୧୨ ଜୁଲାଇ ୨୦୧୯: ପୀଡିତାଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ତତ୍କାଳୀନ ମୁଖ୍ୟନ୍ୟାୟାଧୀଶ ରଞ୍ଜନ ଗୋଗଇଙ୍କୁ ଏକ ପତ୍ର ଦିଆଯାଇଥିବା ବେଳେ ଅଭିଯୁକ୍ତ ବିଧାୟକ ଓ ତାଙ୍କ ଲୋକଙ୍କ ପଟରୁ ପୀଡିତା ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣାଯାଇଥିଲା।
୨୮ ଜୁଲାଇ ୨୦୧୬:  ମୁଖ୍ୟ ନ୍ୟାୟାଧୀଶଙ୍କୁ ପତ୍ରର ମାତ୍ର ୧୬ ଦିନ ପରେ ରାୟବରେଲୀର ଗୁରୁବକ୍ସଗଞ୍ଜ ଥାନା ଅଞ୍ଚଳରେ ପୀଡିତାଙ୍କୁ ଟ୍ରକ୍ ଚଢାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏଥିରେ କାରରେ ଯାଉଥିବା ପୀଡିତା ଓ ତାଙ୍କ ଓକିଲ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପୀଡିତାଙ୍କ ଖୁଡି ଓ ମାଉସୀଙ୍କର ମୃତ୍ୟୁ ହୋଇଥିଲା।

{"id":200114,"sizeSlug":"large"}

୨୯ ଜୁଲାଇ ୨୦୧୯ : ସଡକ ଦୁର୍ଘଟଣା ମାମଲାରେ ଗୁରୁବକ୍ସଗଞ୍ଜ ଥାନା ବିଧାୟକ କୂଲଦୀପ ସିଂ ସେଙ୍ଗର, ତାଙ୍କ ଭାଇ ମନୋଜ ସିଂ ସେଙ୍ଗର, ବିନୋଦ ମିଶ୍ର, ହରିପାଲ ସିଂହ, କୋମଲ ସିଂହ, ଅରୁଣ ସିଂହ, ଜ୍ଞାନେନ୍ଦ୍ର ସିଂହ, ରିଙ୍କୁ ସିଂ ଓ ସେମାନଙ୍କ ଓକିଲ ଅବଧେଶ ସିଂହଙ୍କ ସମେତ ୧୫ରୁ ୨୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୩୦୨, ୩୦୭,୫୦୬ ଓ ୧୨୦ (ବି) ଅନୁସାରେ ହତ୍ୟା, ମରଣାନ୍ତକ ଆକ୍ରମଣ, ଜୀବନରେ ମାରିଦେବାକୁ ଧମକ ଓ ଅପରାଧିକ ଷଡଯନ୍ତ୍ର ଆଦି ଅଭିଯୋଗ ରୁଜୁକରିଥିଲା।
୩୧ ଜୁଲାଇ ୨୦୧୯: ସୁପ୍ରିମକୋର୍ଟଙ୍କ ମୁଖ୍ୟନ୍ୟାୟାଧୀଶ ପୀଡିତାଙ୍କ ପତ୍ରକୁ ବିଚାରକୁ ନେଇ ଖଣ୍ଡ ପୀଠ ସମ୍ମୁଖରେ ପତ୍ର ପହଞ୍ଚାଇବାରେ ବିଳମ୍ବର କାରଣ ସମ୍ପର୍କରେ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଥିଲେ।

୦୧ ଅଗଷ୍ଟ ୨୦୧୯ : ଉନ୍ନାଓ ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲାର ସମସ୍ତ ୫ଟି ଜାକ ମାମଲାକୁ ଦିଲ୍ଲୀ କୋର୍ଟ ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ତିଶହଜାରୀ କୋର୍ଟଙ୍କୁ ଏହି ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ନିୟମିତ ସୁଣାଣି କରି ୪୫ ଦିନରେ ରାୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସିବିଆଇକୁ ସମ୍ପୂର୍ଣ୍ଣ ମାମଲାର ତଦନ୍ତ ସପ୍ତାହକ ମଧ୍ୟରେ ପୁରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସାକ୍ଷ ଓ ପ୍ରମାଣ ଅଭିଯୁକ୍ତ ବିଧାୟକର ବିରୋଧରେ ଯାଉଥିବାର ଦେଖି ଉତ୍ତରପ୍ରଦେଶ ବିଜେପି ବଦନାମୀ ଡରରେ  ଅଗଷ୍ଟ ୧ ତାରିଖ ଦିନ କୂଲଦୀପ ସେଙ୍ଗରକୁ ଦଳରୁବହିଷ୍କାର ଘୋଷଣା କରିଥିଲା।

{"id":200115,"sizeSlug":"large"}

୦୨ ଅଗଷ୍ଟ ୨୦୧୯ : ଉତ୍ତରପ୍ରଦେଶ ରାୟବରେଲି ଜେଲରେ ବନ୍ଦୀ ପୀଡିତାଙ୍କ କାକାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରିଥିବାରୁ ତାଙ୍କୁ ଦିଲ୍ଲୀର ତିହାର ଜେଲକୁ ସିଫ୍ଟ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉନ୍ନାଓ ଜିଲ୍ଲା ପ୍ରଶାସନ ବିଧାୟକ ମାମଲାରେ ଫଶିଯିବାର ଦେଖି ତାଙ୍କୁ ଦେଇଥିବା ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଦ୍ଦ କରିଦେଇଥିଲେ।
୫ ଅଗଷ୍ଟ ୨୦୧୯:  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିସହଜାରୀ କୋର୍ଟ ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ।
୧୬ ଅଗଷ୍ଟ ୨୦୧୯:  ରୁଦ୍ଧଦ୍ୱାର କୋଠରୀରେ ଅଭିଯୁକ୍ତମାନଙ୍କର ଜେରା କରାଯିବା ସହ ପୁରା କ୍ରମର ଭିଡିଓଗ୍ରାଫି କରାଯାଇଥିଲା।
୧୦ ଡିସେମ୍ବର ୨୦୧୯ : କୋର୍ଟ ମାମଲାର ଶୁଣାଣି ସମାପ୍ତ କରିବା ସହ ରାୟ ସଂରକ୍ଷିତ ରଖିଥିଲେ।

EndFragment



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.