ନୂତନ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ, ରାସ୍ତା ଉନ୍ନତିକରଣ ନିମନ୍ତେ ଭେଟିଦେଲେ ୩ କୋଟିରୁ ଅଧିକ ଟଙ୍କା
13/02/2023 at 2:37 PM

ଚଣ୍ଡୀଖୋଲ ୧୩/୦୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ତଳା ଠାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ରାସ୍ତାର ଶିଳାନ୍ୟାସ କରିଥିଲେ । ଜାରକା ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ NH_୧୬ କଡ଼ାଇ ଠାରୁ କଇଁତିପୋଖରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଏହି ଉତ୍ସବରେ ଗ୍ରାମ୍ୟ ଉନୟନ ବିଭାଗୀୟ ଅଧିକାରୀ, ବଡ଼ଚଣା ବ୍ଲକ ଅଧକ୍ଷା, ଯାଜପୁର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସହ ସ୍ଥାନୀୟ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଗମନାଗମନ କ୍ଷେତ୍ରରେ ଏହି ରାସ୍ତା ବେଶ ସହାୟକ ହେବ ବିଧାୟକ କହିଛନ୍ତି।
Related Posts
୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
27 March 2023
ହାଇଓ୍ୱାକୁ ପିଟିଲା ବସ୍ : ୨ ମୃତ, ୨୫ ଆହତ
27 March 2023