ଲକ୍ଷ୍ମୀପୁର ବିଧାୟକଙ୍କ ବଦାନ୍ୟତା, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ପଠାଇଲେ ହସ୍ପିଟାଲ
23/12/2022 at 8:16 AM

କୋରାପୁଟ ୨୩/୧୨: ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀଙ୍କ ବଦାନ୍ୟତା ଦେଖିବାକୁ ମିଳିଛି । ମଧ୍ୟରାତିରେ ରାସ୍ତା ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିବା ଦେଖିବାକୁ ମିଳିଛି ।
କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରାସ୍ତାରେ ଜଣେ ଯୁବକ ରାତ୍ରୀ ୧୨ଟା ସମୟରେ ବୁଲେଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ି ରହିଥିଲେ । କିଛି ବ୍ୟକ୍ତି ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦେଖି ମେଡିକାଲ ନେବାପାଇଁ ସହାୟତା ଲୋଡ଼ିଥିଲେ ମଧ୍ୟ କେହି ସହାୟତା ଦେଉନଥିଲେ ।
ଏହି ସମୟରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ବାଇକ୍ ଦୁର୍ଘଟଣା ହେବା ସହ ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ୧୧୨କୁ ଫୋନ କରିଥିଲେ ।
ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ନେଇ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା । କୋରାପୁଟ ଟାଉନଥାନା ଅଧିକାରୀ ଧିରେନ ପଟ୍ଟନାୟକ ମେଡିକାଲରେ ଯୁବକଙ୍କ ପର୍ସରୁ ପରିଚୟ ପତ୍ର ସାହାଯ୍ୟରେ ପରିବାର ବର୍ଗଙ୍କୁ ଅବଗତ କରିବାକୁ ଚେଷ୍ଟା କରିବା ସହ ଲକ୍ଷ୍ମୀପୁର ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।