ବ୍ରହ୍ମପୁର ୧୫/୦୮: ଆଜି ସାରା ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ । ଏହି କ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କମଳାପୁର ଗାଁରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ଅତିଥି ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ବିଧାୟକ ପ୍ରଦୀପ ପାଣିଗ୍ରାହୀ ପହଞ୍ଚିବା ମାତ୍ରେ କେତେକ ଦଳୀୟ କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ବିଧାୟକଙ୍କ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସବୁ ସତ୍ତ୍ବେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆୟୋଜିତ ସ୍ବାଧୀନତା ଦିବସ ସମାରୋହରେ ଯୋଗ ଦେଇ ଫେରିଥିଲେ ।