scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୋଗ କଲେ ବିଧାୟକ, କହିଲେ ରୋଗରୁ ମୁକ୍ତିର ଏହା ଏକମାତ୍ର ମାଧ୍ୟମ

21/06/2023 at 10:56 AM

ଜୟପୁର ୨୧/୦୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ୨୧ଜୁନ ୨୦୧୫ ରେ ଆରମ୍ଭ ହୋଈଥିବା ଯୋଗ ଦିବସ ଏହି ବର୍ଷ ନବମ ବର୍ଷରେ ପହଞ୍ଚିଛି । ଏହି ଉପଲକ୍ଷେ ଜୟପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଯୋଗ ଦିବସ ପାଳନ କରାଯାଇଛି । ଯୋଗ ଦିବସ ଉପଲକ୍ଷେ ଜୟପୁର ପତଂଜଳି ଯୋଗ ପୀଠ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଥିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ଯୋଗ ସାଧକ ସାଧିକା ଯୋଗ ଦେଇଥିଲେ । ମୁନି ଋଷି କାଳରୁ ଯୋଗ ସାଧନା ଭାରତରେ ହୋଇ ଆସୁଛି । ଏବେ ଏହା ବିଶ୍ବ ଦରବାରରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଈଛି । ଭାରତର ଏହି ପ୍ରୟାସ ବିଶ୍ବର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଫଳରେ ଏହି ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ୧୯୩ଟି ଦେଶରେ ପାଳନ ହୋଇଛି ।

କଷ୍ଟସାଧ୍ୟ ଦୁରା ରୋଗ ଯାହା ଔଷଧରେ ଭଲ ହୁଏନି ତାହା ଯୋଗ ମାଧ୍ୟମରେ ହୋଇ ପାରେ ବୋଲି କହିଛନ୍ତି ଯୋଗ ପ୍ରଶିକ୍ଷିକ ଜାନକୀ ପାଣିଗ୍ରାହୀ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନକୁ ମଧ୍ୟ ଶାନ୍ତି ମିଳିଥାଏ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ତେଣୁ ହୃଦଘାତ, ଅଣ୍ଟା ବଥା ଓ ମଧୁମେହ ପରି ରୋଗରୁ ମୁକ୍ତି ପାଇବାକୁ ଯୋଗ ହିଁ ଏକ ମାତ୍ର ମାଧ୍ୟମ ବୋଲି କହିଛନ୍ତି ସମସ୍ତ ଯୋଗ ସାଧକ ସାଧିକା ।

   Related Posts