ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ପାଟଣା ବିଧାୟକ

Published By : Prameya-News7 Bureau | December 24, 2021 IST

ପାଟଣା୨୪/୧୨ :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୫ ଟି ପଞ୍ଚାୟତରେ ୧୪୧ ଜଣଙ୍କୁ ଶୁକ୍ରବାର ବ୍ଲକ ସ୍ୱଭାଗୃହରେ ଓଡିଶା ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ବ୍ଲକ ସ୍ୱଭାଗୃହରେ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ଜଙ୍ଗଲ ଜମି ପଟା ବାଣ୍ଟିଛନ୍ତି। ଏହି ପଟ୍ଟା ବଳରେ ଜାଗାର ଉନ୍ନତି କରଣ ଓ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଥିବା ବିଧାୟକ କହିଛନ୍ତି। ଏହି  କାର୍ଯ୍ୟକ୍ରମ ପାଟଣା ବିଡ଼ିଓ  ଈଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳଙ୍କ ସଂଯୋଜନାରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ବିଶ୍ଵନାଥ ନାୟକ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ  ସାମିଲ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.