Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ପୌରାଞ୍ଚଳରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ବିଧାୟକ

14/12/2021 at 11:30 AM

ଭଦ୍ରକ ୧୪।୧୨: ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଚାଲୁ ରହିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ୭ ନଂ ୱାର୍ଡରେ ଏହି ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜୀବ ମଲ୍ଲିକ ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଉକ୍ତ ୱାର୍ଡର ୪୫୦ ପରିବାରକୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ଦ୍ବାରା ଏଥିରେ ୨୨୫୦ରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରିବେ ।

ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ବାରା ଗାଁଠୁ ସହର ସମସ୍ତେ ଉପକୃତ ହୋଇପାରୁଛନ୍ତି । ସାଧାରଣ ଲୋକଟିଏ କିପରି ଭଲ ଭାବେ ଚିକିତ୍ସା ପାଇବ, ସେନେଇ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଉଛି । ବହୁ ହିତାଧିକାରୀ ଏହି ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହେବେ ଓ ଏହାର ଫାଇଦା ପାଇପାରିବେ ବୋଲି ଭଦ୍ରକ ବିଧାୟକ ଓ ସାଂସଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ୭ ନଂ ୱାର୍ଡର ବହୁ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

   Related Posts