ବୈଠକରେ କାନ୍ଦିଲେ ବିଧାୟକ: କହିଲେ ଏଇଠି ଜଳିଛି ଏନ୍ତୁଡି, ଏଇଠି ଜଳିବ ଜୁଇ

Published By : Prameya-News7 Bureau | February 24, 2024 IST

କଣାସ ୨୪/୦୨: ନିର୍ବାଚନ ପ୍ରସ୍ତୁତି ବୈଠକରେ କାନ୍ଦିଲେ ବିଧାୟକ । କହିଲେ ଏଇ ମାଟିରେ ଏନ୍ତୁଡି ଜଳିଛି ମୋର, ଏଇ ମାଟିରେ ଜୁଇ ଜଳିବ ମୋର । ଆଗାମୀ ସାଧାରଣ ନିର୍ବାଚନ ପାଈଁ ନେତା ହେଲେଣି ପୁରା ପ୍ରସ୍ତୁତ । ଟିକେଟ କାହାକୁ ମିଳିବ କିଏ ହେବ ନେତା ତାହା ଏବେ ଠାରୁ ସ୍ପଷ୍ଟ ହୋଇନଥିବା ବେଳେ ନେତା କିନ୍ତୁ ବିଜେଡି ସୁପ୍ରିମ ନବୀନଙ୍କ ଉପରେ ଭରସା କରି ଆରମ୍ଭ କରିସାରିଲେଣି ନିଜ ନିଜର ସାଙ୍ଗଠନିକ କାର୍ଯ୍ୟ ।

wp:html /wp:html

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ଓ ସତ୍ୟବାଦୀ ବ୍ଲକର ଛାତ୍ର, ମହିଳା, ଯୁବ ବିଜେଡି ସଭାପତିଙ୍କ ସମେତ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ସମସ୍ତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଏକାଠି କରି ଏକ ବୈଠକ କରାଯାଇଛି ।

wp:embed {"url":"https://www.prameyanews7.com/major-resuffle-in-oas-lavel/","type":"wp-embed","providerNameSlug":"prameya-news-7"}
https://www.prameyanews7.com/major-resuffle-in-oas-lavel/
/wp:embed

ଏହି ବୈଠକରେ ନିଷ୍ପତି ନିଆଗଲା ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ବିକାଶ ମୂଳକ କାର୍ଯ୍ୟକୁ ଗାଁ ଗହଳି ସମସ୍ତଙ୍କ ପାଖରେ ପହଂଚାଇବା ମୁଖ୍ୟ ଉଦେଶ୍ୟ ରହିବ । ଏପଟେ ଟିକେଟକୁ ନେଇ ଦ୍ୱନ୍ଦ୍ୱରେ ଥିବା ହଜାର ହଜାର ବିଜେଡି କର୍ମୀଙ୍କୁ ଗୁଜବକୁ ବିଶ୍ୱାସ ନକରି କର୍ମ କରିଚାଲ । ଉମାକାନ୍ତ ସାମନ୍ତରାୟ କଥା ଦେଉଛି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିସ୍ଵାର୍ଥ ରେ ଆପଣ ମାନଙ୍କ ସହଯୋଗରେ ଆଗକୁ ଆଗକୁ ବଡ଼ିବି ବୋଲି ମଞ୍ଚ ଉପରେ କାନ୍ଦି କାନ୍ଦି କହିଥିଲେ ।

ମୋର ବିଶ୍ୱାସ ଅଛି ମୋର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଉପରେ ମୋତେ ଆଶ୍ରିବାଦ କରିବେ ବୋଲି । କାନ୍ଦି କାନ୍ଦି କଲେ ଗୁହାରି ମୋତେ ଆପଣ ମାନେ କେବେ ଧୋକା ଦେବେନାହିଁ ମୁଁ ଆପଣମାନଙ୍କ ସହିତ ରହିଛି ଓ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବି । ସତ୍ୟବାଦୀ ୨୦ ବର୍ଷରେ କେବେ ଶଙ୍ଖ ଫୁଟିନଥିଲା ମୁଁ କିନ୍ତୁ ତାହା କରାଇ ଦେଇଛି ଶଙ୍ଖ ଫୁଟାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.