ମଶାଣି ସଫା କଲେ ବିଧାୟକ

Published By : Prameya-News7 Bureau | January 05, 2020 IST

ସୁନ୍ଦରଗଡ ୦୫।୦୧ - ମଶାଣିକୁ ଯିବା ପାଇଁ ସାଧାରଣ ଲୋକଟିଏ ଭୟ କରେ ମାତ୍ର ଏହା ନଭାବି ଆଜି ସୁନ୍ଦରଗଡ ତଲସରା ବିଧାୟକ ଭବାନୀ ଭୋଇ ସୁନ୍ଦରଗଡ ରାଣିବଗିଚାରେ ରହିଥିବା ସ୍ବର୍ଗଦ୍ବାର (ମଶାଣି)କୁ ଯାଇ ବହୁ ଦିନରୁ ଅପରିସ୍କାର ହୋଇ ପଡିରହିଥିବା ମଶାଣିକୁ ନିଜେ ଝାଡୁ ମାରି ସଫାକରିଛନ୍ତି ।

{"id":207461,"sizeSlug":"large"}

ପ୍ରାୟ ପ୍ରତିଦିନ ଏହି ମଶାଣିରେ ଲୋକେ ଶବ ଦାହ କରିବା ପରେ ଲୋକେ ସ୍ଥାନ ଛାଡି ପଳାଇଆସୁଥିବାରୁ  ମଶାଣି ସ୍ଥାନଟି ଅପରିଷ୍କାର ହୋଇ ପଡିରହିଥିଲା।

{"id":207462,"sizeSlug":"large"}

ଏହାକୁ ଦେଖି ଆଜି ବିଧାୟକ ଏବଂ ତାଙ୍କର କିଛି ସମର୍ଥକ ଆଜି ସକାଳେ ମଶାଣିକୁ ଯାଇ ସେଠାରେ ଉଠିଥିବା ଅନାବନା ଗଛକୁ କାଟି ସଫାକରିଥିଲେ ।

{"id":207463,"sizeSlug":"large"}

ମଶାଣିକୁ ଝାଡୁ ମାରି ସଫାକରିଥିଲେ। ବିଧାୟକଙ୍କ ଏହି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି। 

{"id":207464,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.