ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ତ୍ରିପୁରାରି ଗରଡା

Published By : Prameya-News7 Bureau | November 18, 2023 IST

କୋରାପୁଟ ୧୮।୧୧: ବିଜେପିରୁ ଇସ୍ତଫା ଦେଲେ ତ୍ରିପୁରାରି ଗରଡା । ଗତ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ମାତ୍ରାଧିକ ଭୋଟ୍ ବିଜେପି ଦଳକୁ ମିଳିଥିଲା । କିନ୍ତୁ କୋରାପୁଟ ବିଜେପି ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି । ବାରମ୍ବାର ସଭାପତିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଥିବା କହିଛନ୍ତି । କୋରାପୁଟ ପ୍ରେସ୍ କ୍ଲକ୍ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ସେ ସୂଚନା ଦେଇଛନ୍ତି । ଇସ୍ତଫା ପତ୍ର ଜିଲ୍ଲା ଓ ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ସେ କହିଛନ୍ତି । ଆଗାମୀ ଦିନରେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରି ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନରେ ସେ ୩୩୯୯୪ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

You Can Read :

wp:embed {"url":"https://www.prameyanews7.com/youth-missing-while-bathing-in-brahmani-river/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-missing-while-bathing-in-brahmani-river/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.