ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ମିଶିବା ନେଇ ଚର୍ଚ୍ଚା

Published By : Prameya-News7 Bureau | March 02, 2024 IST

ଭୁବନେଶ୍ବର ୨।୩: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ରାଜ୍ୟରେ ଦଳଡିଆଁ ରାଜନୀତି ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ବଡ ବଡ ନେତା ନିଜ ଦଳ ଛାଡି ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଛାଡ଼ିଛନ୍ତି ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ବର ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଅରବିନ୍ଦ ଢାଲି ଇସ୍ତଫା ଦେଇଥିବା ଜଣାପଡିଛି । ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ରହିଛି । ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।

ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ଅରବିନ୍ଦ ଢାଲି । ସେ ୬ ଥର ବିଧାୟକ ମଧ୍ୟ ରହିଛନ୍ତି । ଅରବିନ୍ଦ ଢାଲି ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରୁ ବିଧାୟକ ଅଛନ୍ତି ଅରବିନ୍ଦ ଢାଲି ।

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ସେ ରବିବାର ଦିନ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏ ନେଇ କିନ୍ତୁ ବିଧାୟକ ଢାଲି କିଛି ସ୍ପଷ୍ଟ କରିନାହାନ୍ତି । ବିଜେଡିର ଗୋଟିଏ ପରେ ଗୋଟିଏ ବଡ ନେତା ଦଳ ଛାଡି ବିଜେପିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି ।

{"id":916105,"sizeSlug":"full","linkDestination":"none"}

You Can Read :

wp:embed {"url":"https://www.prameyanews7.com/crocodile-is-walking-in-the-river-sand-near-kendupalli-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crocodile-is-walking-in-the-river-sand-near-kendupalli-village/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.