ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଘୃଣା ଭାଷଣ ମାମଲା: ରଦ୍ଦ ହେଲା ଆଜମ ଖାନଙ୍କ ବିଧାୟକ ପଦ

28/10/2022 at 8:16 PM

ନୂଆଦିଲ୍ଲୀ ୨୮/୧୦: ଘୃଣା ଭାଷଣ ମାମଲାରେ ପୁଣି ଆଜମ ଖାନଙ୍କୁ ବଡ଼ ଝଟକା। ଗତକାଲି ବା ଗୁରୁବାର ଏହି ମାମଲାରେ ତାଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ଶୁକ୍ରବାର ତାଙ୍କର ବିଧାୟକ ପଦ ରଦ୍ଧ ହୋଇଛି। ବିଧାନସଭା ଅଧ୍ୟକ୍ଷ ସତୀଶ ମହାନା ଅଭିଯୋଗ କାରୀ ଆକାଶଦାସ ସକ୍ସେନାଙ୍କ ଅଭିଯୋଗକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ସଦସ୍ୟତା ରଦ୍ଧ ହେବା ପରେ ଆକାଶ ସକ୍ସେନା କେନ୍ଦ୍ରୀୟ ନିର୍ବାଚନ ଅୟୋଗଙ୍କୁ ଆଜମଙ୍କ ସଦସ୍ୟତା ରଦ୍ଧ କରିବାକୁ ଅଭିଯୋଗ କରିଥିଲେ। ଆଜମଙ୍କ ସଦସ୍ୟ ପଦ ରଦ୍ଧ ହେବା ପରେ ବାଚଷ୍ପତି ସେହି ପଦ ଫାଙ୍କା ପଡ଼ିଛି ବୋଲି ନିର୍ବାଚନ ଆୟୋଗଙ୍କୁ ସୂଚନା ଜଣାଇଛନ୍ତି।

ସୂଚନାଥାଉକି, ସମାଜବାଦି ପାର୍ଟି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଏମପି-ଏମଏଲଏ  ଅଦାଲତ ଘୃଣା ଭାଷଣ ମାମଲାରେ ୩ ବର୍ଷ କାରାଦଣ୍ଡ ଘୋଷଣା କରିଥିଲେ। ଏହା ସହିତ ତାଙ୍କୁ ୬ ହଜାର ଟଙ୍କା ଜରିମାନା ଦେବାକୁ ଅଦଲତ କହିଥିଲେ। ସେବେଠାରୁ ତାଙ୍କ ବିଧାୟକ ପଦ ଯିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦଣ୍ଡାଦେଶ ଘୋଷଣା ହେବାପରେ ଆଜମଙ୍କୁ ତୁରନ୍ତ ବେଲ୍‌ ମିଳିଯାଇଥିଲା। ଗୁରୁବାର ଦ୍ୱିପ୍ରହରେ ପାଖାପାଖି ୨ଟା ବେଳେ ଅଦାଲତରେ ଶୁଣାଣି ଆରମ୍ଭ ହେବାପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପରେ ତାଙ୍କୁ ପୋଲିସ ହେପାଜତରେ ନିଆଯାଇଥିଲା। ପାଖାପାଖି ଅପରାହ୍ଣ ୪ଟା ବେଳେ କୋର୍ଟ ରାୟ ଶୁଣାଇ ଥିଲେ। 

   Related Posts