ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆଦିତି-ଅଙ୍ଗଦ ବିବାହ ପ୍ରସଙ୍ଗ : ପିତା ସ୍ଥିର କରିଥିଲେ ଏବେ ବିବାହ କରିବି କହିଲେ ଆଦିତି ସିଂହ

20/11/2019 at 5:35 PM

ନୂଆଦିଲ୍ଲୀ :  ଆଜିକାଲି ବିଧାୟକ ଆଦିତି ସିଂହ ଓ ଅଙ୍ଗଦ ସୈନୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ତେବେ ଅଙ୍ଗଦଙ୍କ ସହ ଆଫେୟାର ଦୂରର କଥା ପୂର୍ବରୁ ପରିଚୟ ମଧ୍ୟ ନାହିଁ ବୋଲି ରାୟବରେଲୀ ସଦର ବିଧାନସଭା ନିର୍ବାଚନମଣ୍ଡଳିର କଂଗ୍ରେସ ବିଧାୟିକା ଆଦିତି କହିବା ଚର୍ଚ୍ଚାକୁ ନୂଆ ଖୋରାକ୍ ଯୋଗାଇଛି। ଆଦିତିଙ୍କ ପିତା ଅଖିଳେଶ ସିଂହ ଏହି ବିବାହ ସ୍ଥିର କରିଥିଲେ। ଏଣୁ ତାଙ୍କର ପରଲୋକ ହୋଇସାରିଥିବାରୁ ନିରାଡମ୍ବର ଭାବେ ବିବାହ କରିବେ ବୋଲି ଆଦିତି କହିଛନ୍ତି।

ଅଙ୍ଗଦ ସୈନୀ ପ଼ଞ୍ଜାବ ନୱାନସହରର କଂଗ୍ରେସ ବିଧାୟକ । ଅଙ୍ଗଦଙ୍କ ପୂର୍ବରୁ ତାଙ୍କ ପିତା ପ୍ରକାଶ ସିଂହ ଏଠାରୁ ବିଧାୟକ ପ୍ରାର୍ଥୀ ହେଉଥିଲେ।  ଅଖିଳେଶ ଓ ପ୍ରକାଶଙ୍କ ମଧ୍ୟରେ ପ୍ରଗାଢ ବନ୍ଧୁତ୍ୱ ଥିଲା। ଏଣୁ ଉଭୟ ବନ୍ଧୁ ଏହି ବିବାହ ସ୍ଥିର କରିଥିଲେ ବୋଲି କିଛି ଦିନ ପୂର୍ବରି ଅଙ୍ଗଦ କହିଥିଲେ। ତେବେ ସେ ମଧ୍ୟ ପ୍ରେମ ବିବାହ ପ୍ରସଙ୍ଗକୁ ଖାରଜ କରିଦେଇଥିଲେ। ହେଲେ ଉଭୟ ନେତାଙ୍କ ସମ୍ପର୍କ ଯୋଗୁ ଉଭୟ ପରିବାରରେ ଯିବା ଆସିବା ଲାଗି ରହିଥିଲା ବୋଲି ଅଙ୍ଗଦ କହିଥିବା ବେଳେ ଆଦିତି ଆଫାୟାର ପ୍ରସଙ୍ଗକୁ ଅଗ୍ରାହ୍ୟ କରିବା ଏବେ ଅନେକ ହଜମ କରିପାରୁନାହାନ୍ତି।

ତେବେ ଗୁରୁବାର ଅର୍ଥାତ ନଭେମ୍ବର ୨୧ ତାରିଖରେ ଆଦିତି ଓ ଅଙ୍ଗଦଙ୍କ ବିବାହ ଲାଗି ନୂଆ ଦିଲ୍ଲୀରେ ପ୍ରସ୍ତୁତି  ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେମାନଙ୍କ ବିବାହୋତ୍ସବରେ କଂଗ୍ରେସର ଅନେକ ପୁରୁଖା ନେତାଙ୍କ ସମେତ ବିଜେପି ନେତା ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। ୨୮ ବର୍ଷିୟ ଅଙ୍ଗଦ ରାଜ୍ୟର ଯୁବ ବିଧାୟକଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ବିବାହ ଉତ୍ସବରେ ପାରିବାରିକ ସମ୍ପର୍କିୟଙ୍କ ସମେତ କିଛି ଜଣାଶୁଣା ଲୋକଙ୍କୁ ବି ଆମନ୍ତ୍ରିତ କରିଛନ୍ତି। ବିବାହ ପରେ ୨୩ ତାରିଖ ଦିନ ଅଙ୍ଗଦ ଓ ଆଦିତି ଦିଲ୍ଲୀ କିମ୍ବା ଚଣ୍ଡିଗଡରେ ରିସିପସନ ଆୟୋଜନ କରିପାରନ୍ତି। ତେବେ ୨୫ ତାରିଖରେ ରାଜନୈତିକ ମିତ୍ର ମହଲ ନିମନ୍ତେ ଉଭୟ ଭବ୍ୟ ଭୋଜର ଆୟୋଜନ କରିଛନ୍ତି।

   Related Posts