ଜେଲ୍ରେ ସ୍ଵାମୀଙ୍କ ସହ ସମୟ ବିତାଉଥିଲେ ମୁଖତାରଙ୍କ ବୋହୂ, ବନ୍ଦ ହୋଇଯାଉଥିଲା CCTV କ୍ୟାମେରା
6/03/2023 at 9:52 AM

ମୁମ୍ଵାଇ ୦୬।୦୩: ମୁଖତାର ଅନସାରୀଙ୍କ ପୁଅ ଅବ୍ବାସ ଅନସାରୀ ଏବଂ ବହୂ ନିକହତ । ତାଙ୍କ ଜେଲ୍ରେ ସାକ୍ଷାତକାତକୁ ନେଇ ଲଗାତାର ନୂଆ ନୂଆ ଖୁଲାସା ହେଉଛି। ବର୍ତ୍ତମାନ ଏସଆଇଟି ଅନୁସନ୍ଧାନରେ ଦୁହେଁ କିପରି ଦେଖା କରୁଥିଲେ ତାହା ଜାଣିବାକୁ ମିଳିଛି। ନିକହତ ତାଙ୍କ ସ୍ୱାମୀଙ୍କୁ ପ୍ରତିଦିନ ଜେଲରେ ଦେଖା କରୁଥିଲେ ଏବଂ ୪-୫ ଘଣ୍ଟା ଜେଲରେ ରହିଥିଲେ। ବର୍ତ୍ତମାନ ଏସଆଇଟି ଡେପୁଟି ଜେଲର ଏବଂ ଜେଲ ୱାର୍ଡରଙ୍କୁ ପଚରାଉଚରା କରିଛି। ଯେଉଁଥିରେ ସେମାନେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଏହି ଆଧାରରେ ଜେଲ ଅଧୀକ୍ଷକ ଏବଂ ଜେଲରଙ୍କୁ ଗିରଫ କରାଯାଇଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ନିକହତ ପ୍ରତିଦିନ ଚିତ୍ରକୋଟ ଜେଲକୁ ଯାଉଥିଲେ ଏବଂ ସ୍ୱାମୀଙ୍କ ସହ ୪-୫ ଘଣ୍ଟା କ୍ଵାଲିଟି ଟାଇମ୍ ବିତାଉଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏସଆଇଟିର ପଚରାଉଚରା ବେଳେ ଜେଲ ଅଧିକାରୀମାନେ କହିଛନ୍ତି ଯେ ଯେତେବେଳେ ନିକହତ ତାଙ୍କ ସ୍ୱାମୀ ଅବ୍ବାସ ଅନସାରୀଙ୍କୁ ଭେଟିଥିଲେ । ସେତେବେଳେ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଜେଲ ଭିତରେ ସ୍ଥାପିତ ସିସିଟିଭି କ୍ୟାମେରା ବନ୍ଦ ହୋଇଯାଇଥିଲା। ନିକହତଙ୍କ ଆଗମନ ପୂର୍ବରୁ ବିଜୁଳି ଯିବା କହି ମୁଖ୍ୟ ଫାଟକର କ୍ୟାମେରା ମଧ୍ୟ ବନ୍ଦ ହୋଇଯାଇଥିଲା ।
ସୂଚନାନୁସାରେ, ପଚରାଉଚରା ବେଳେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ସାକ୍ଷାତକାର ସମୟରେ ଡେପୁଟି ଜେଲର ଏବଂ ଜେଲ ୱାର୍ଡରଙ୍କ କର୍ତ୍ତବ୍ୟ ଆବଶ୍ୟକତା ଅନୁଯାୟୀ ଲାଗୁ କରାଯାଇଥିଲା ଏବଂ ସେମାନେ ସମଗ୍ର ସିଷ୍ଟମ ପାଇଁ ଦାୟିତ୍ବ ଗ୍ରହଣ କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ଅଧିକାରୀମାନେ କ୍ୟାଣ୍ଟିନରୁ ଜେଲର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ସବୁଆଡେ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ନଜର ରଖୁଥିଲେ।