ଏମ୍କେସିଜି ମେଡିକାଲ୍ରେ ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା, ରୋଗୀସେବା ବ୍ୟାହତ
18/03/2023 at 12:46 PM

ବ୍ରହ୍ମପୁର ୧୮/୦୩: ବ୍ରହ୍ମପୁର ଏମ୍ଜେସିଜି ମେଡିକାଲ୍ରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । କାର୍ଯ୍ୟବନ୍ଦ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଆଜି ମେଡିକାଲ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଦାବି ମୁତାବକ ୧୭ ତାରିଖ ହୋଇଥିଲେ ସୁଦ୍ଧା ଏଯାବତ କର୍ମଚାରୀ ଦରମା ପାଇନଥିବା କହିଛନ୍ତି । ଏହାସହ ସରକାର ବାର୍ଷିକ ସବୈତନ ୧୨ଟି ଛୁଟି ମଞ୍ଜୁର କରିଥିବା ସତ୍ତ୍ୱେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପଟେ କର୍ମଚାରୀଙ୍କ EPF ଓ ESI ବର୍ତମାନ ସୁଦ୍ଧା ପୈଠ ହୋଇନଥିବା ଅଭିଯୋଗ କରିଛନ୍ତି ।
ଯାହାଫଳରେ ଆଜି ଜରୁରୀକାଳୀନ ସେବା କୁ ବାଦ୍ ଦେଲେ ଅନ୍ୟ ବିଭାଗରେ ରୋଗୀ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଯଦି ସମସ୍ତ ଦାବିର ବିଚାର ତୁରନ୍ତ କରାନଯାଏ ତେବେ ଏଭଳି ଧାରଣା ଭବିଷ୍ୟତରେ ଜୋର୍ ଧରିବ ବୋଲି ଚେତାବନୀ ଦେଇଛି ସଂଘ ।