AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌

22/08/2022 at 7:57 AM

ବ୍ରହ୍ମପୁର ୨୨।୦୮:  ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଜଣେ ୪୫ବର୍ଷୀୟ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ପୁରାଇ ଦେଇଛନ୍ତି । ୮ ଦିନ ଧରି ଗ୍ଲାସ୍‌ ମଳଦ୍ୱାରରେ ରହିବା ପରେ ପେଟକୁ ପଳାଇଥିଲା । ଏମ୍‌କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍‌ ଗ୍ଲାସ୍‌ ପେଟରୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଗ୍ଲାସ୍‌ ପୁରାଇଦେବା ଏକ ଅପରାଧ । ଏନେଇ କୌଣସି କେସ୍‌ ମଧ୍ୟ ହୋଇନଥିବା ଜଣାପଡିଛି । ଏହି ଯୁବକ ଜଣକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ ବାଲିପଦର ଅଞ୍ଚଳର । ସେ ସୁରଟରେ ରହୁଥିଲେ । ଦୁଇ ସପ୍ତାହ ତଳେ ସୁରଟରେ ସାଙ୍ଗମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଗ୍ଲାସ୍‌ ପୂରାଇ ଦେଇଥିଲେ । ଗ୍ଲାସ୍‌ ଆଉ ବାହାରିନଥିଲା । ଦୁଇଦିନ କଷ୍ଟ ହୋଇଥିଲା । ପରେ ସେ ବାଲିପଦର ଘରକୁ ଫେରିଥିଲେ । ଲଜ୍ଜିତ ହୋଇ ଏ ସମ୍ପର୍କରେ କାହାକୁ କିଛି କହିନଥିଲେ । ପରେ ପେଟ ଫୁଲିଯିବା ସହ ଯନ୍ତ୍ରଣା ହୋଇଥିଲା ।

ଏହାପରେ ସେ ଗତ ୧୯ତାରିଖରେ ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ । ତାଙ୍କ ମଳଦ୍ୱାରରେ ଗ୍ଲାସ୍‌ ରହିଥିବାରୁ ପେଟ କାଟୁଥିବା ଡାକ୍ତରଙ୍କୁ କହିଥିଲେ । ମଳଦ୍ୱାର ରାସ୍ତାରେ ଗ୍ଲାସ୍‌ ବାହାର କରିବାକୁ ଡାକ୍ତରମାନେ ଉଦ୍ୟମ କରିଥିଲେ । କିନ୍ତୁ ୮ଦିନ ହୋଇଯାଇଥିବାରୁ ଗ୍ଲାସ୍‌ଟି ଭିତରକୁ ପଶି ଯାଇଥିଲା । ମଳଦ୍ୱାର ରାସ୍ତାରେ ଗ୍ଲାସ୍‌ ବାହାର କରିବାରେ ବିଫଳ ହେବାରୁ ଅସ୍ତ୍ରୋପଚାର କରିବାକୁ କହିଥିଲେ । ସେହିଦିନ ରାତିରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା । ରାତି ୮ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପେଟରୁ ମଧ୍ୟ ଗ୍ଲାସ୍‌ ବାହାର କରିବାକୁ ଜଟିଳତା ହୋଇଥିଲା । ପରେ ଖାଦ୍ୟନଳୀ କଟାଯାଇ ଗ୍ଲାସ୍‌ ବାହାର କରାଯାଇଥିଲା । ଦୀର୍ଘ ସମୟର ଅସ୍ତ୍ରୋପଚାର ସଫଳ ହେବା ପରେ ବର୍ତ୍ତମାନ ଉକ୍ତ ରୋଗୀ ସୁସ୍ଥ ଅଛନ୍ତି ।

   Related Posts