Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅମିତ ଶାହଙ୍କୁ ଚିଠି ଲେଖିଲେ ଏମକେ ଷ୍ଟାଲିନ୍‌, ସିଆରପିଏଫ୍‌ ନିଯୁକ୍ତି ପରୀକ୍ଷାରେ ତାମିଲ୍‌ ଭାଷା ସାମିଲ୍‌ ନେଇ ଲୋଡ଼ିଲେ ହସ୍ତକ୍ଷେପ

9/04/2023 at 9:03 PM

ନୂଆଦିଲ୍ଳୀ, ୦୯/୦୪: ହିନ୍ଦୀ ଭାଷାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଲଗାତାର କେନ୍ଦ୍ରକୁ ଟାର୍ଗେଟ କରିଆସୁଛନ୍ତି। ତାମିଲନାଡୁର ଜନତାଙ୍କୁ ହିନ୍ଦୀ ଶିଖିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ଷ୍ଟାଲିନ୍‌ ସିଆରପିଏଫ୍ ନିଯୁକ୍ତି ପରୀକ୍ଷାରେ ତାମିଲ୍‌ ଭାଷା ନଥିବା କାରଣକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଚିଠି ଲେଖିଛନ୍ତି। ଏହା ପୂର୍ବରୁ ମଧ୍ୟ ଏଫଏସଏସଆଇର ଉପରେ ଦହି ପ୍ୟାକେଟରେ ହିନ୍ଦୀ ଲେଖିବାକୁ ନେଇ ଟାର୍ଗେଟ୍‌ କରିଥିଲେ।

ଏମକେ ଷ୍ଟାଲିନ୍ ସିଆରପିଏଫ ନିଯୁକ୍ତି ପାଇଁ କମ୍ପ୍ୟୁଟର ପରୀକ୍ଷାରେ ତାମିଲ୍‌ ଭାଷା ସାମିଲ୍‌ କରାଯାଇନଥିବାକୁ ନେଇ ବିରୋଧ କରିଛନ୍ତି। ଷ୍ଟାଲିନ୍ କହିଛନ୍ତି ଯେ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷା ବାଧ୍ୟତାମୂଳକ କରିବା ଏକତରଫା ଏବଂ ଭେଦଭାବପୂର୍ଣ୍ଣ।

ଷ୍ଟାଲିନ୍ କହିଛନ୍ତି ଏହି ନିଷ୍ପତ୍ତି ଦ୍ବାରା ତାମିଲନାଡୁ ଆଶାୟୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ​‌। ସେମାନଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବ। ଏହାଦ୍ବାରା ତାମିଲନାଡୁ ପରୀକ୍ଷାର୍ଥୀ ନିଜ ରାଜ୍ୟରେ ନିଜ ମାତୃଭାଷାରେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ସେ ଆହୁରି କହିଛନ୍ତି ଏହା ଆଶାୟୀଙ୍କୁ ସରକାରୀ ଚାକିରି ନେବାରୁ ରୋକିବା ଭଳି ହେବ।

ତେବେ ଷ୍ଟାଲିନ୍‌ ପ୍ରତିଯୋଗିତା ମୂଳକ ପରୀକ୍ଷାର ଆଞ୍ଚଳିକ ଭାଷାକୁ ଅନୁମତି ଦେବାକୁ ନେଇ ଅମିତ ଶାହଙ୍କୁ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୂଚନାଥାଉ, ରବିବାର ସରକାର ଏକ ମାର୍ଗଦର୍ଶିକା ଜାରି କରିଥିଳେ ଯେଉଁଥିରେ ସିଆରପିଏଫରେ ୯,୨୧୨ ପଦବୀ​‌ ମଧ୍ୟର ୫୭୯ ତାମିଲନାଡୁରେ ନିୟୋଜିତ କରିବା ଥିଲା। ଯେଉଁଥିପାଇଁ ପରୀକ୍ଷା ଆୟୋଜିତ ହେବ।

   Related Posts