scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସନାତନ ଧର୍ମକୁ ନେଇ ପୁଅ ସମର୍ଥନରେ ବାହାରିଲେ ଏମ୍‌କେ ଷ୍ଟାଲିନ୍; କହିଲେ- ପ୍ରଧାନମନ୍ତ୍ରୀ ସତ ନ ଜାଣି ଏଭଳି କହିବା ନ୍ୟାୟୋଚିତ ନୁହେଁ

7/09/2023 at 4:38 PM

ଚେନ୍ନାଇ: ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ବାପା ଏମ୍‌କେ ଷ୍ଟାଲିନ୍। ପୁଅକୁ ସମର୍ଥନ କରିବା ସହ ଏମ୍‌କେ ଷ୍ଟାଲିନ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଉଦୟନିଧି କ’ଣ କହିଲେ ତାହା ନ ଜାଣି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେବା ନ୍ୟୟୋଚିତ ନୁହେଁ ବୋଲି କହିଛନ୍ତି ଏମ୍‌.କେ ଷ୍ଟାଲିନ୍।

ଶନିବାର(ସେପ୍ଟେମ୍ବର ୨) ସନାତନ ଧର୍ମରେ ଜାତିଗତ ଭେଦଭାବ ରହିଛି ବୋଲି ଅଭିଯୋଗ କରି ଏହାର ମୂଳୋତ୍ପାଟନ କରିବା କଥା କହିଥିଲେ ଉଦୟନିଧି। ଯାହାକୁ ନେଇ ଦେଶରେ ବିବାଦ ଦେଖା ଦେଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଉଦୟନିଧିଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାହାଙ୍କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି।

ପଢ଼ନ୍ତୁ-ଷ୍ଟାଲିନ୍‌ଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସଭାରେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କଲେ ଏ.ରାଜା

ତାଙ୍କ ପୁଅ ବିରୁଦ୍ଧରେ ହେଉଥିବା ବିରୋଧ ଏକ ମିଥ୍ୟା ଏଜେଣ୍ଡା ବୋଲି କହିବା ସହ ଷ୍ଟାଲିନ୍ କହିଛନ୍ତି ଯେ ଦମନକାରୀ ନିୟମ ବିରୋଧରେ ଉଦୟନିଧିଙ୍କ ଆଭିମୁଖ୍ୟକୁ ବିଜେପି ସମର୍ଥକମାନେ ସହିପାରୁ ନାହାଁନ୍ତି। ଏଥିପାଇଁ ଉଦୟନିଧି ସନାତନ ଧର୍ମର ଗଣହତ୍ୟା କରିବାକୁ କହିଥିବା ମିଥ୍ୟ ଅଭିଯୋଗ ଲଗାଇଛନ୍ତି। ବିଜେପି ଦ୍ୱାରା ପୋଷିତ ସୋସିଆଲ୍‌ ମିଡିଆ ଗୁଣ୍ଡାମାନେ ଉତ୍ତର ଭାରତରେ ମିଥ୍ୟ ଏଜେଣ୍ଡା ପ୍ରଚାର କରୁଛନ୍ତି ବୋଲି ଷ୍ଟାଲିନ୍ କହିଛନ୍ତି। ଉଦୟନିଧି ଗଣହତ୍ୟା ଶବ୍ଦ ବ୍ୟବହାର କରି ନାହାନ୍ତି ତଥାପି ମିଥ୍ୟା ପ୍ରଚାର କରାଯାଉଛି।

ଏଥିସହିତ ସେ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଷ୍ଟାଲିନ୍। ଯେଉଁ ସନ୍ଥ ଉଦୟନ ନିଧିଙ୍କ ମୁଣ୍ଡ ବଦଳରେ ୧୦ କୋଟି ପୁରସ୍କାର ଘୋଷଣା କରିଛନ୍ତି ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଉଦୟନିଧି ପ୍ରଶ୍ନ କରିଛନ୍ତି। ତାହା ନ କରି ସେମାନେ ଉଦୟନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତ୍ରୀ ପରିଷଦକୁ ଉଦୟନିଧିଙ୍କୁ କଡ଼ା ଜବାବ ଦେବା କଥା କହିବା ଅତ୍ୟନ୍ତ ନିରାଶାଜନକ ବୋଲି ଷ୍ଟାଲିନ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପ୍ରଚାର ହେଉଥିବା ଗୁଜବ ଖବରକୁ ଯାଞ୍ଚ କରିପାରି ଥାନ୍ତେ। ତେବେ ସେ କଣ ସତ ନ ଜାଣି ଏପରି କହିଛନ୍ତି ନା ଜାଣି ଜାଣି ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଷ୍ଟାଲିନ୍ ପ୍ରଶ୍ନ କରିଛନ୍ତି।    

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଷ୍ଟାଲିନ୍ ଏକ ତାମ୍‌ସା ବୋଲି କହିବା ସହିତ ମିଳିତ ମିଳିତ ମଞ୍ଚ ଇଣ୍ଡିଆରେ ଫାଟ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି ଏମ୍‌କେ ଷ୍ଟାଲିନ୍ କହିଛନ୍ତି। ଡିଏମ୍‌କେ ଭଳି ଏକ ପୁରୁଣା ପାଟିରେ ଛବି ମଳିନ କରିବାକୁ ଚାହୁଁଥିବା ବିଜେପି ନିଜେ ସେ ପଙ୍କରେ ଫସିବ ବୋଲି ଷ୍ଟାଲିନ୍ କହିଛନ୍ତି।

ପଢ଼ନ୍ତୁ-ଅଖଣ୍ଡ ଭାରତ ତୁମେ ନିଶ୍ଚୟ ଦେଖିବ; ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ

ବିଜେପି ସନାତନରେ ଥିବା ଭେଦଭାବ ପ୍ରଥା ବିଷୟରେ କିଛି ଚିନ୍ତା କରୁ ନାହିଁ। କିଛି ନିର୍ଦ୍ଦିଷ୍ଠ ଲୋକ ଧାର୍ମିକ ସ୍ତରରେ ଏବେ ବି ମହିଳାମାନଙ୍କୁ ବଦନାମ କରୁଛନ୍ତି। ସେମାନେ କହୁଛନ୍ତି ଯେ ମହିଳାମାନେ କାମ କରିବା ଉଚିତି ନୁହେଁ। ପୁନର୍ବିବାହ କରିବା ଉଚିତ ନୁହେଁ। ସନାତନ ଆଳରେ ଚିରଦିନ ପାଇଁଢ ସେମାନେ ମହିଳାଙ୍କୁ ଚାପରେ ରଖିବାକୁ ଚାହୁଁଛନ୍ତି। ଉଦୟନିଧି ଏହାସବୁ ବିଷୟରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ କହିଛନ୍ତି।

   Related Posts