ମିଜୋରାମରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଦୁହୋମା

Published By : Prameya-News7 Bureau | December 08, 2023 IST

ନୂଆଦିଲ୍ଲୀ: ମିଜୋରାମରେ ନୂଆ ସରକାର । ଶୁକ୍ରବାର ଠାରୁ ଶାସନ ଭାର ସମ୍ଭାଳିବ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି । ଜେଡପିଏମ୍ ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ଦିନ ୧୦ଟା ବେଳେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ହେବ । ବୁଧବାର ଜେଡପିଏମ୍ ନେତା ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ପତ୍ର ଦେଇଛନ୍ତି ।

୪୦ ଆସନ ବିଶିଷ୍ଟ ବିଧାନସଭାରେ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ପାର୍ଟି ୨୭ଟି ସିଟ୍ ସ୍ପଷ୍ଟ ବହୁମତ ସହିତ ବିଜୟୀ ହୋଇଛି । ରାଜ୍ୟରେ ବିରୋଧୀ ପାର୍ଟି ଏମଏନଏଫକୁ ମାତ୍ ଦେଇଛି ଦଳ । ଏମଏନଏଫ ୧୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ  ବିଜେପିକୁ ମାତ୍ର ୨ଟି ଏବଂ କଂଗ୍ରେସ ପାର୍ଟି ଗୋଟିଏ ସିଟ୍‌ରେ ସୀମିତ ରହିଛି ।

wp:embed {"url":"https://www.prameyanews7.com/woman-got-five-heart-attacks-in-last-16-months/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-got-five-heart-attacks-in-last-16-months/
/wp:embed

ଜେଡପିଏମ ନେତାଙ୍କ କହିବା ଅନୁଯାୟୀ, ଦଳ ପକ୍ଷରୁ ବୁଧବାର ରାଜ୍ୟପାଳ ହରି ବାବୁ କାମ୍ଭମପତିଙ୍କୁ ଭେଟ୍ କରି ସରକାର ଗଠନ ପାଇଁ ଦାବି ରଖିଥିଲେ । ତେବେ ଆଜି ଜେଡଏମଏଫ ପକ୍ଷରୁ ସରକାର ଗଠନ ପରେ  ଆସନ୍ତା ସପ୍ତାହରେ ପ୍ରଥମ ବିଧାନସଭା ଅଧିବେଶନ ବସିବ ବୋଲି କୁହାଯାଇଛି । ଏହାଛଡ଼ା ରାଜ୍ୟ ବିକାଶ ପାଇଁ ୧୦୦ ଦିନରେ କର୍ମ ଯୋଜନା ଶୀଘ୍ର ଘୋଷଣା କରାଯିବ ।  


ଶୁକ୍ରବାର ଦିନ ୧୦ଟା ସମୟରେ ରାଜଭବନ ଶପଥ ଗ୍ରହଣ  କାର୍ଯ୍ୟକ୍ରମ ହେବ ।  ଜେଡପିଏମ୍ ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବାର ଯୋଜନା ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଭାରୀ  ତଥା ପୂର୍ବ ଆଇପିଏସ୍ ଲାଲଦୁହୋମା ଦଳ ନବର୍ନିବାଚିତ ବିଧାୟକମାନଙ୍କ ସହିତ ଭେଟ କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.