Mizoram Exit Poll Results 2023: ମିଜୋରାମରେ ରହିବ ଆଞ୍ଚଳିକ ଦଳର ପ୍ରଭାବ, ଏମ୍‌ଏନ୍‌ଏଫ୍‌ ଓ ଜେଡ୍‌ ପିଏମ୍‌ ମଧ୍ୟରେ କଡ଼ା ଟକ୍କର

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ବିଭିନ୍ନ ଗଣାଧ୍ୟମରେ ଏକ୍‌ଜିଟ୍ ପୋଲ୍ ପ୍ରକାଶ ପାଇଛି। ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା,ଛତିଶଗଡ଼ ଓ ମିଜୋରାମ ପାଇଁ ସମ୍ଭାବ୍ୟ କ୍ଷମତା ସୀନ ଦଳର ରେଜଲ୍ଟ ପ୍ରକାଶ କରିଛନ୍ତି ଗଣମାଧ୍ୟମ। ମିଜୋରାମରେ ମୋଟ ୪୦ ଆସନରେ ଭୋଟ ହୋଇଛି। ସରକାର ଗଢ଼ିବାକୁ ହେଲେ ମ୍ୟାଜିକ ନମ୍ବର ୨୧। ମିଜୋରାମ୍‌ରେ ଏକ୍‌ଜିଟ୍ ପୋଲ କଣ କହୁଛି ଆସନ୍ତୁ ଜାଣିବା।
 

ଏବିପି ସି ଭୋଟର ସର୍ଭେ- ମିଜୋରାମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟକୁ(ଏମ୍‌ଏନ୍‌ଏଫ୍‌) ଅଧିକ ଆସନ ମିଳିଛି। ଏମ୍‌ଏନ୍ଏଫ୍‌ ପରେ ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ(ଜେଡ୍‌.ପି.ଏମ୍‌), ତା ପଛକୁ କଂଗ୍ରେସ ଓ ଶେଷରେ ବିଜେପି ରହିଛି। ସି ଭୋଟର ସର୍ଭେ ଅନୁସାରେ ଏମ୍‌ଏନ୍‌ଏଫ୍‌କୁ (୧୫-୨୧) ଜେଡ୍‌.ପି.ଏମ୍‌କୁ (୧୨-୧୮), କଂଗ୍ରେସକୁ (୨-୮), ବିଜେପିକୁ (୦ )ଆସନ ମିଳିବ ବୋଲି କହିଛି।

ପଢ଼ନ୍ତୁ-Rajasthan Exit Polls 2023: ପରମ୍ପରା ବଜାଇ ରଖିବ ରାଜସ୍ଥାନ, ଫେରିବ ବିଜେପି ସରକାର!

ଇଣ୍ଡିଆ ଟିଭି ସିଏନ୍‌ଏକ୍ସ-  ଏମ୍‌ଏନ୍‌ଏଫ୍‌(୧୪-୧୮), ଜେଡ୍‌.ପି.ଏମ୍‌(୧୨-୧୬), କଂଗ୍ରେସ (୮-୧୦), ବିଜେପି (୦-୨)।
ଜନ୍ କି ବାତ୍-  ଏମ୍‌ଏନ୍‌ଏଫ୍‌(୧୦-୧୪), ଜେଡ୍‌.ପି.ଏମ୍‌(୧୫-୨୫), କଂଗ୍ରେସ(୫-୯),ବିଜେପି (୦-୨)
ଟାଇମ୍ସ ନାଓ ଇଟିଜି - ଏମ୍‌ଏନ୍‌ଏଫ୍‌(୧୪-୧୮), ଜେଡ୍‌.ପି.ଏମ୍‌(୧୦-୧୪),କଂଗ୍ରେସ (୯-୧୩),ବିଜେପି (୦-୨)
ରି ପବ୍ଲିକ ଟିିଭି ମାଟ୍ରାଇଜ୍-ଏମ୍‌ଏନ୍‌ଏଫ୍‌(୧୭-୨୨),ଜେଡ୍‌.ପି.ଏମ୍‌(୭-୧୨), କଂଗ୍ରେସ (୭-୮), ବିଜେପି (୧-୨)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.