scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଜୋରାମରେ ପୂର୍ବତନ IPS ଲାଲଡୁହୋମାଙ୍କା ପାର୍ଟି ବିଜୟୀ : ZPMକୁ ୨୭, MNFକୁ ୧୦ ଓ ବିଜେପିକୁ ୨ ଆସନ

4/12/2023 at 4:42 PM

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ଜୋରାମ ପିପୁଲ୍ସ ମୁଭମେଣ୍ଟ (ZPM) ୨୭ ଆସନ ଜିତିବା ସହ ରାଜ୍ୟରେ ସରକାର ଗଢିବା ପାଇଁ ବହୁମତ ହାସଲ କରିଛି । ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ବହୁମତ ପାଇଁ ୨୧ ସିଟ୍ ଦରକାର । ଜଣେ ପୂର୍ବତନ ଆଇପିଏସ୍ ଲାଲଡୁହୋମାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଦଳ ପ୍ରଥମ ଥର କ୍ଷମତାକୁ ଆସିଛି ।

ପୂର୍ବତ୍ତୋର ରାଜ୍ୟ ମିଜୋରାମରେ ୧୯୮୪ଠାରୁ କେବେ କଂଗ୍ରେସ ତ କେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର ଗଢୁଥିଲେ । କିନ୍ତୁ ଏଥର ରାଜ୍ୟର ଜଣେ ପୂର୍ବତନ ଆଇପିଏସ ଲାଲଡୁହୋମାଙ୍କ ନେତୃତ୍ୱରେ ଗଠିତ ଜୋରମ ପିପୁଲ୍ସ ମୁଭମେଣ୍ଟ ସରକାର ଗଢିବା ପାଇଁ ବହୁମତ ହାସଲ କରିଛି । ଏଠାରେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିଜ ସରକାର ବଞ୍ଚାଇବାରେ ବିଫଳ ହୋଇଛନ୍ତି ।

ପଢନ୍ତୁ: ଛତିଶଗଡ଼ରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରମଣ ସିଂହଙ୍କ ସହ ଦୌଡ଼ରେ ୭ ନେତା

ଜୋରାମ ପିପୁଲ୍ସ ମୁଭମେଣ୍ଟ (ZPM) ପାର୍ଟି ୨୭ ଆସନ ସହ ସ୍ପଷ୍ଟ ବହୁମତ ହାସଲ କରିଛି । ସେହିପରି ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ୧୦, ବିଜେପିକୁ ୨ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ନିର୍ବାଚନ ରେଜଲ୍ଟ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ZPM ପ୍ରାର୍ଥୀ ଲାଲଡୁହୋମାଙ୍କ ନାଁ ସବୁଠୁ ଆଗରେ ରହିଛି । ସେ ନିଜ ସେରଚିପ ଆସନରୁ ୨୯୮୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଆଇଜୋଲ-ଇଷ୍ଟ ୧ରୁ ନିର୍ବାଚନରେ ପରାଜିତ ହୋଇଛନ୍ତି । ତାଙ୍କୁ ZPM ପ୍ରାର୍ଥୀ ଲଲଥନସଙ୍ଗା ହରାଇଛନ୍ତି । ଅନ୍ୟପରେ ରାଜ୍ୟରେ ବିଜେପିକୁ ଦୁଇଟି ଆସନ ଜିତିଛି । ଗତ ନିର୍ବାଚନରେ ରାଜ୍ୟରେ ବିଜେପିକୁ ଗୋଟିଏ ଆସନ ମିଳିଥିଲା ।

ଜୋରମ ପିପୁଲ୍ସ ମୁଭମେଣ୍ଟର ନେତା ଲାଲଡୁହୋମା କହିଛନ୍ତି, ‘ପାର୍ଟିର ବିଜୟରେ ଖୁସି ଅଛି । ଏହିପରି ପରିଣାମ ନେଇ ଆଶାଥିଲା । ଆସନ୍ତା ଦୁଇ ଦିନରେ ରାଜ୍ୟପାଳଙ୍କୁ ଭେଟି ଶପଥ ଗ୍ରହଣ ପାଇଁ ସମୟ ମାଗିବୁ’। ଉଲ୍ଲେଖଯୋଗ୍ୟ ଯେ ଲାଲଡୁହୋମା ଜଣେ ପୂର୍ବତନ ଆଇପିଏସ ଅଧିକାରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କ ଦଳ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢି ସରକାର ଗଢିବାକୁ ଯାଉଛି । ୨୦୧୮ରେ ZPMକୁ ଆଠ ଆସନ ମିଳିଥିଲା ।

ଜୋରମ ପିପୁଲ୍ସ ମୁଭମେଣ୍ଟ ପାର୍ଟି ପ୍ରାରମ୍ଭରେ ଛଅ ଆଞ୍ଚଳିକ ଦଳର ମେଣ୍ଟରୁ ଆରମ୍ଭ ହୋଇଥିଲା । ଏଥିରେ ମିଜୋରାମ ପିପୁଲ୍ସ କନଫରେନ୍ସ, ଜୋରମ ନ୍ୟାସନାଲିଷ୍ଟ ପାର୍ଟି, ଜୋରମ ଏକ୍ସୋଡସ ମୁଭମେଣ୍ଟ, ଜୋରମ ଡିସେଣ୍ଟ୍ରାଲାଇଜେସନ ଫ୍ରଣ୍ଟ, ଜୋରମ ରିଫର୍ମେସନ ପ୍ରଣ୍ଟ ଓ ମିଜୋରାମ ପିପୁଲ୍ସ ପାର୍ଟି ସାମିଲ ଥିଲା ।

Also Read: ବିଜେପି ପାଇଁ ବରଦାନ ‘ଲାଡଲୀ ବେହନା’ ଓ ‘ମହତାରୀ ବନ୍ଦନ’; ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବଡ଼ ବିଜୟ

   Related Posts