ମିଜୋରାମରେ ଭୋଟ୍ ଗଣିତ ଜାରି; ୨୧ ଆସନ ସହ ଆଗରେ ଚାଲୁଛି ZPM

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ମିଜୋରାମରେ ଆଜି ଆସିବ ନିର୍ବାଚନ ରେଜଲ୍ଟ । ୪୦ଟି ଆସନ ବିଶିଷ୍ଟ ବିଧାନସଭାରେ ଭୋଟ୍ ଗଣତି ଜାରି ରହିଛି ।  ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ ଭୋଟ୍ କାଉଣ୍ଟିଂ ହୋଇଛି । ମିଜୋରାମରେ ମ୍ୟାଜିକ୍ ନମ୍ବର ୨୧ ରହିଛି । ଏକଜିଟ୍ ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନଥିଲେ ମଧ୍ୟ ଶାସକ ଦଳ  ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ସର୍ବାଧିକ ୧୦ରୁ ୧୮ଟି ସିଟ୍ ମିଳିବା ଆଶା ରହିଛି । କଂଗ୍ରେସକୁ ସର୍ବାଧିକ ୧୦ଟି ସିଟ୍ ମିଳିବା ନେଇ ଆଶା କରାଯାଉଛି । ସେହିପରି ଜେଡପିଏମକୁ ସର୍ବାଧିକ ୨୫ଟି ଆସନ ମିଳିବା ନେଇ ଏକଜିଟ୍ ପୋଲରେ ମତପ୍ରକାଶ ପାଇଛି ।

wp:embed {"url":"https://www.prameyanews7.com/8-independent-candidates-including-5-rebels-of-bjp-won-in-rajasthan/","type":"wp-embed","providerNameSlug":"prameya-news-7"}
https://www.prameyanews7.com/8-independent-candidates-including-5-rebels-of-bjp-won-in-rajasthan/
/wp:embed

୪୦ଟି ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ଆସନରେ ନଭେମ୍ବର ୭ତାରିଖରେ ଭୋଟିଂ ହୋଇଥିଲା । ଜେଡପିଏମ, ଏମଏନପି, କଂଗ୍ରେସ ଓ ବିଜେପି ପକ୍ଷରୁ ୧୭୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଡିସେମ୍ବର ୩ ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନା ସହିତ ମିଜୋରାମରେ ଭୋଟ୍ ଗଣତି ହୋଇଥାନ୍ତା, ହେଲେ ରବିବାର ପଡ଼ୁଥିବାରୁ ଏଠାରେ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି । ରବିବାର ଇଷ୍ଟର ଥିବାରୁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଭୋଟ୍ ଗଣତି ଦିନ ପରିବର୍ତ୍ତନ ପାଇଁ ଅପିଲ୍ କରିଥିଲେ । ମୁଖ୍ୟ ନିର୍ବାଚନ କମିଶନ ଏହାକୁ ଗୁରୁତର ସହ ନେଇ ରବିବାର ବଦଳରେ ସୋମବାର ଭୋଟ୍ ଗଣତି ନେଇ ଘୋଷଣା କରିଥିଲେ । ତେବେ ଆଜି ସକାଳ ୮ଟାରୁ ମିଜୋରାମରେ ଇଭିଏମ ଖୋଲାଯାଇଛି । ସଂଧ୍ୟା ସୁଦ୍ଧାରେ ରାଜ୍ୟ ଶସାନ ଭାର କାହା ହାତକୁ ଯିବ ତାହା ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.