MITM ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ 'ମାଜୁରକା ୨୦୨୪' ଅନୁଷ୍ଠିତ

Published By : Prameya-News7 Bureau | April 02, 2024 IST

ଭୁବନେଶ୍ଵର: MITM ଇଞ୍ଜିନିୟରିଂ କଲେଜ କଣ୍ଟାବାଡ଼ ଭୁବନେଶ୍ଵର ବାର୍ଷିକ ଉତ୍ସବ 'ମାଜୁରକା ୨୦୨୪' ମାର୍ଚ୍ଚ ୩୦ ଓ ୩୧ରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଟିସିଏସର ଅଧିକାରୀ ଅବିନାଶ ସାମଲ ଯୋଗ ଦେଇ ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ବାର୍ଷିକ ଉତ୍ସବ ଉପଲକ୍ଷେ ଛାତ୍ର-ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରିନ୍ସିପାଲ ଦିଲ୍ଲୀପ କୁମାର ସାହୁ କଲେଜର ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମକୁ ଇଲେକ୍ଟ୍ରି ବିଭାଗ ମୁଖ୍ୟ ଦେବାଶିଷ ହୋତା ପରିଚାଳନା କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥୀ କଳାକାର ଯୋଗ ଦେଇ ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ କଲେଜ ଅଧ୍ୟକ୍ଷ ହିମାଦ୍ରୀ ତନୟା ଲେଙ୍କା ଓ ନିର୍ଦ୍ଦେଶକ ଶିବଶକ୍ତି ନାରାୟଣ ଲେଙ୍କା, ସୀମାଦ୍ରୀ କଲେଜର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.