ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମ ରିଲିଜ୍ ପାଇଁ ପଶ୍ଚିମବଙ୍ଗ ସରକାରୀ ଥିଏଟରରେ ମିଳିଲାନି ସ୍ଲଟ୍
26/12/2022 at 7:56 AM

କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସରକାରୀ ଥିଏଟର ମିଲିଲାନି ସ୍ଲଟ୍। ମିଥୁନ ଓ ବେଙ୍ଗଲି ଷ୍ଟାର୍ ଦେବଙ୍କ ଫିଲ୍ମ ‘ପ୍ରଜାପତି’କୁ ପଶ୍ଚିମବଙ୍ଗ ସରକାରୀ ଥିଏଟ ନନ୍ଦନରେ ସ୍କ୍ରିନିଂ ହେବା ପାଇଁ ସ୍ଲଟ୍ ମିଳିନଥିବା ସୂଚନା ମିଳିଛି। ଗତ ଶୁକ୍ରବାର ଅନ୍ୟ ଦୁଇ ବେଙ୍ଗଲି ଫିଲ୍ମ ସହିତ ପ୍ରୋଜାପତି ଫିଲ୍ମ ବି ମୁକ୍ତିଲାଭ କରିଥିଲା।
ତେବେ ଆଶ୍ଚର୍ଯ୍ୟର କଥା ହେଲା ଟିଏମ୍ସି ସାଂସଦ ତଥା ନିଜେ ହିରୋ ଦେବ ଏହି ଫିଲ୍ମକୁ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ମିଥୁନ ମଧ୍ୟ ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅନ୍ୟ ଦୁଇ ଫିଲ୍ମକୁ ସ୍କ୍ରିନିଂ ପାଇଁ ସରକାରୀ ଥିଏଟର ମିଳିଥିବା ବେଳେ ଦେବଙ୍କ ଫିଲ୍ମକୁ ସ୍ଲଟ୍ ଦିଆଯାଇ ନାହିଁ।
ଗତ ସାଧାରଣ ନିର୍ବାଚନରେ ମିଥୁନ ବିଜେପିରେ ଯୋଗ ଦେଇ ଟିଏମ୍ସି ବିରୋଧରେ ପ୍ରବଳ ବର୍ଷିଥିଲେ। ଏବେ ତାଙ୍କ ସିନେମାକୁ ସରକାରୀ ଥିଏଟରରେ ମୁକ୍ତିଲଭା ନ କରାଇବାକୁ ନେଇ ରାଜନୈତିକ ବିବାଦ ବଢ଼ିଛି।
ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି “ମିଥୁନ ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ କୋଲକାତା ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲକୁ ଡକାଯାଇ ନଥିଲା। ଦେବଙ୍କୁ ମଧ୍ୟ ବାଧ୍ୟ କରି ନିର୍ବାଚନ ଲଢ଼ିବାକୁ କୁହାଯାଇଥିଲା। ସେ ନିର୍ବାଚନ ଲଢ଼ିବାକୁ ପସନ୍ଦ କରି ନଥିଲେ। ଆଜି ପଶ୍ଚିମବଙ୍ଗରେ ସ୍ଥିତି ଏମିତି ଯେ ଯଦି ଆପଣ ଟିଏମ୍ସକୁ ସମର୍ଥନ କରୁ ନାହାନ୍ତି ତେବେ ତୁମର ଫିଲ୍ମ ରିଲିଜ୍ କରିବାକୁ ହଲ୍ ବି ପାଇବନି।”
ଅନ୍ୟପଟେ କୋଲକାତା ମେୟରଙ୍କ କହିବା କଥା ହେଲା ଥିଏଟର ବୁକିଂ ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ। ଆଗ ସ୍ଲଟ୍ ବୁକିଂ କରିବାର ଥିଲା। ଏପରି ହୋଇନଥିବାରୁ ନନ୍ଦନରେ ସ୍ଲଟ୍ ମିଳି ନାହିଁ ବୋଲି ମେୟର ଫିରହାଦ ହାକିମ କହିଛନ୍ତି।
ଏହା ପୂର୍ବରୁ ମଧ୍ୟ ‘ଅପୋରାଜିତୋ’ ଫିଲ୍ମକୁ ସ୍କ୍ରିନିଂ ପାଇଁ ସ୍ଲଟ୍ ଦିଆଯାଇ ନଥିଲା। ସିନେମା କିମ୍ବଦନ୍ତୀ ସତ୍ୟଜିତ ରାୟଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ଅନିକ କାନ୍ତ ନିର୍ଦ୍ଦେଶନା ଦେଇଥିଲା। ଅନୀଲ ଟିଏମ୍ସିର ଜଣେ କଡ଼ା ସମାଲୋଚକ ବୋଲି ଜଣାଯାଏ। ଏଥିପାଇଁ ତାଙ୍କୁ ସ୍ଲଟ୍ ମିଳି ନଥିବା କୁହାଯାଇଥିଲା।